ସମ୍ବଲପୁରରେ ପୂର୍ବତଟ ରେଳବାଇ ଡିଭିଜନର ବୈଠକ, ବିଭାଗର ସମସ୍ୟା ଓ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା
ସମ୍ବଲପୁର(କେନ୍ୟୁଜ୍): ପୂର୍ବତଟ ରେଳବାଇ ଡିଭିଜନର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ସମ୍ବଲପୁର ରେଳବାଇ ଡିଭିଜନର ୧୦ଟି ସଂସଦୀୟ କ୍ଷେତ୍ରର ୮ଜଣ ସାଂସଦଙ୍କ ସହ ରେଳବାଇର ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ରେଳ ବିଭାଗର ସମସ୍ତ ସମସ୍ୟା ଓ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ନୂଆ ରେଳଚଳାଚଳ ସହ ଯାତ୍ରୀଙ୍କ ସ୍ଥିତି ଓ ନୂଆ ରେଳ ଲାଇନ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଡିଭିଜନର ସମସ୍ୟା ଉପରେ ପ୍ରତି ୩ମାସରେ ଥରେ ଡିଆରଏମ ସ୍ତରରେ ଓ ୬ମାସରେ ଥରେ ଜିଏମ ସ୍ତରରେ ଆଲୋଚନା କରିବାକୁ ରେଳବାଇ ନିଷ୍ପତ୍ତି ନେଇଛି। ବରଗଡ଼ରୁ ନୂଆପଡ଼ା ଭାୟା ବିଜେପୁର ଦେଇ ନୂଆ ରେଳ ଲାଇନ ପାଇଁ ବିଭାଗ ରାଜି ହୋଇଥିବା ନେଇ କହିଛନ୍ତି ସାଂସଦ ସୁରେଶ ପୂଜାରୀ। ସେପଟେ ଏହି ଡିଭିଜନସ୍ତରୀୟ ବୈଠକ ପ୍ରତି୬ମାସରେ ଥରେ ହେବାକୁ ଥିବା ବେଳେ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଗତ ବୈଠକରେ ଅଣାଯାଇଥିବା ସମସ୍ୟାର ମଧ୍ୟ ସମାଧାନ ହୋଇନାହିଁ। ସମସ୍ୟାର ଶୀଘ୍ର ସମାଧାନ ପାଇଁ ରେଳ ବିଭାଗର ଆଲୋଚନା ପରେ ପଦକ୍ଷେପ ନିଆଯି ବୋଲି ରେଳ ବିଭାଗ ଜିଏମ କହିଛନ୍ତି।