Below header

ଭରାନଦୀ ପାର ହୋଇ ସ୍କୁଲରେ ପହଞ୍ଚିଲେ ଶିକ୍ଷୟିତ୍ରୀ, ସୃଷ୍ଟି କଲେ କର୍ତ୍ତବ୍ୟବୋଧର ଅନନ୍ୟ ଉଦାହରଣ

ଢେଙ୍କାନାଳ (କେନ୍ୟୁଜ୍): ଭରା ନଦୀ ପାର ହୋଇ ପାଠ ପଢ଼ାଇବାକୁ ଯାଉଛନ୍ତି ଶିକ୍ଷୟିତ୍ରୀ। ନିଜ ଜୀବନକୁ ବାଜି ଲଗାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ଘଟଣା ହେଉଛି ଢ଼େଙ୍କାନାଳ ଜିଲ୍ଲାର। ମହାନଦୀର ଶାଖା ନଦୀ ସାପୁଆ ନଦୀ ପାର ହୋଇ ଏହି ଶିକ୍ଷୟିତ୍ରୀ ସ୍କୁଲକୁ ପାଠ ପଢ଼ାଇବାକୁ ଯାଉଛନ୍ତି। ଛାତିଏ ପାଣିରେ ପାର ହେଉଛନ୍ତି ନଦୀ। ଓଡ଼ପଡ଼ା ବ୍ଲକ ଅନ୍ତର୍ଗତ ରଥିଆପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିନୋଦିନୀ ସାମଲ। ଘର ଜରିପାଳ ଗାଁରେ। ଜରିପାଳ ଓ ରଥିଆପାଳ ମଝିରେ ପ୍ରବାହିତ ହେଉଛି ସାପୁଆ ନଦୀ। ବର୍ଷା ଦିନେ ନଦୀ ଦୁଇ କୂଳ ଖାଇଥାଏ। କିନ୍ତୁ ଉଛୁଳା ନଦୀକୁ ଖାତିର ନକରି ସ୍କୁଲ ବାହାରି ଯାଥାନ୍ତି ବିନୋଦିନୀ ଦିଦି। ପାଦେ ପାଦେ ବିପଦ ଥିଲେ ବି ନିଜ କର୍ତ୍ତବ୍ୟରୁ ସେ ଓହରି ନଥାଆନ୍ତି । ଛାତ୍ର ବତ୍ସଳ ବିନୋଦିନୀ ଦିଦିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସେ ଏକ ପ୍ରେରଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.