ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିଳମ୍ବିତ ରାତିରେ ଚୋରି, ଏକ ମାସ ଭିତରେ ଦୁଇ ଥର ଲୁଟ

ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧୀନରେ ଥିବା ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଗେଟ ତାଲା ଭାଙ୍ଗି ମେଡିକାଲରେ ଥିବା ୨ ଟି କମ୍ପ୍ୟୁଟର ଓ ଗୋଟିଏ ଗ୍ୟାସ ମେସିନ ଚୋରି।

ଚାନ୍ଦବାଲି (କେନ୍ୟୁଜ): ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧୀନରେ ଥିବା ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଗେଟ ତାଲା ଭାଙ୍ଗି ମେଡିକାଲରେ ଥିବା ୨ ଟି କମ୍ପ୍ୟୁଟର ଓ ଗୋଟିଏ ଗ୍ୟାସ ମେସିନ କେହି ଦୁର୍ବୃତ୍ତ ଚୋରି କରିନେଇଛି । ଅଭିଯୋଗ ପରେ ଆରଡ଼ି ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ତାସହ ସ୍ୱାସ୍ଥ୍ୟକେନ୍ଦ୍ରର ୨ ଜଣ କର୍ମଚାରୀଙ୍କୁ ଡାକି ପଚରା ଉଚୁରା କରିଛି।

ତେବେ ଏହି କିଛିଦିନ ପୂର୍ବରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ଗୋଟିଏ ଏସି ସହ ଅନ୍ୟ କିଛି ସାମଗ୍ରୀ ଚୋରି ହୋଇଥିଲା । ଯାହାକି ଏପର୍ଯ୍ୟନ୍ତ ମିଳିପାରିନାହିଁ କି ଚୋରର ପତ୍ତା ପାଇନାହିଁ ପୋଲିସ। ତାପରେ ପୁନର୍ବାର ଚୋରି ଯାହାକି ପୋଲିସକୁ ଚୋର ଚ୍ୟାଲେଞ୍ଜ କଲାପରି ଚୋରି କରୁଥିବା ଚର୍ଚ୍ଚା ଚାଲିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି l ୩ ଦିନ ମଧ୍ୟରେ ପୋଲିସ ଯଦି ଚୋରର ସନ୍ଧାନ ନ ପାଏ ତେବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

You might also like