ଟାଇପୋଗ୍ରାଫିରେ ଅଙ୍କା ହୋଇଛି ଶ୍ରୀରାମଙ୍କ ଦରବାର, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ସୁଶ୍ରୀ ସୁମନ

ଟାଇପୋଗ୍ରାଫି ପେଣ୍ଟିଂରେ ଅଙ୍କା ହୋଇଛି ଶ୍ରାରାମଙ୍କ ଦରବାରର ଚିତ୍ର । ବ୍ୟବହାର ହୋଇଛି ୧ଲକ୍ଷ ୧୦୮ଟି ରାମନାମ । ଚିତ୍ରଟି ଦେଖିବାକୁ ଅବିକଳ ତୁଳୀରେ ଅଙ୍କା ହୋଇଥିବା ଚିତ୍ରପରି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି ଏହି ଟାଇପୋଗ୍ରାଫି ପେଣ୍ଟିଂ । ସୁଶ୍ରୀ ସୁମାନ ପତି ରାମ ନବମୀ ଅବସରରେ ଏକ ନୂଆ ଚିନ୍ତାଧାରା ନେଇ କରିଥିଲେ ଶ୍ରୀରାମଙ୍କ ଟାଇପୋଗ୍ରାଫି ପେଣ୍ଟିଂ ।

କେନ୍ୟୁଜ୍‌(ବ୍ୟୁରୋ): ଟାଇପୋଗ୍ରାଫି ପେଣ୍ଟିଂରେ ଅଙ୍କା ହୋଇଛି ଶ୍ରାରାମଙ୍କ ଦରବାରର ଚିତ୍ର । ଏଥିପାଇଁ ବ୍ୟବହାର ହୋଇଛି ୧ଲକ୍ଷ ୧୦୮ଟି ରାମନାମ । ବିଭିନ୍ନ ରଙ୍ଗର ତୁଳୀରେ ରାମାନାମ ଲେଖି ଡ୍ରଇଂ ସିଟ୍‌ରେ ଆଙ୍କିଛନ୍ତି ଚିତ୍ର । ଚିତ୍ରରେ ସ୍ଥାନ ପାଇଛନ୍ତି ପ୍ରଭୁ ଶ୍ରୀରାମଙ୍କ ସହ ମାତା ସୀତା, ଲକ୍ଷ୍ମଣ ଲାଲ ଓ ପବନପୁତ୍ର ହନୁମାନ । ଚିତ୍ରଟି ଦେଖିବାକୁ ଅବିକଳ ତୁଳୀରେ ଅଙ୍କା ହୋଇଥିବା ଚିତ୍ରପରି । ଦେଖିଲେ ମନ ଲାଖି ଯାଉଛି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି ଏହି ଟାଇପୋଗ୍ରାଫି ପେଣ୍ଟିଂ । ରାମଙ୍କ ନାମକୁ ନେଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ଦେଶର ଏହା ପ୍ରଥମ ପେଣ୍ଟିଂ ।

କେନ୍ଦୁଝର ପୁରୁଣା ସହରର ପ୍ରସନ୍ନ ପତି ଓ ଚନ୍ଦ୍ରପ୍ରଭା ପତିଙ୍କ ଝିଅ ସୁଶ୍ରୀ ସୁମାନ ପତି । ରାମ ନବମୀ ଅବସରରେ ଏକ ନୂଆ ଚିନ୍ତାଧାରା ନେଇ କରିଥିଲେ ଶ୍ରୀରାମଙ୍କ ଟାଇପୋଗ୍ରାଫି ପେଣ୍ଟିଂ । ସବୁବେଳେ ପେଣ୍ଟିଂକୁ ନେଇ ନୂଆକିଛି କରି ଦେଖାଇବାର ଇଚ୍ଛା ତାଙ୍କୁ ଏହି ସଫଳତା ଦେଇଛି । ଗତ ମାର୍ଚ୍ଚ ୧୪ ତାରିଖରୁ ଟାଇପୋଗ୍ରାଫି ପେଣ୍ଟିଂର ଆରମ୍ଭ କରିଥିଲେ । ମାର୍ଚ୍ଚ ୧୭ ତାରିଖରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ କରିଥିଲେ ସୁଶ୍ରୀ ସୁମନ । ପେଣ୍ଟିଂ କାମ ପୁରା ହେବାପରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ତରଫରୁ ଏହାର ତର୍ଜମା କରାଯାଇଥିଲା । ଏହାପରେ ସୁଶ୍ରୀ ସୁମନଙ୍କ ଏହି ଟାଇପୋଗ୍ରାଫି ରାମଙ୍କ ଦରବାରର ପେଣ୍ଟିଂ ସ୍ଥାନ ପାଇଥିଲା । ପୂର୍ବରୁ ଏପରି ରେକର୍ଡ କେହି କରିନଥିବା ସୁଶ୍ରୀ ସୁମନ କହିଛନ୍ତି । ଏହାଏକ ନୂଆ ରେକର୍ଡ ଭାବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି । ରେକର୍ଡରେ ସ୍ଥାନ ପାଇବା ସହ କେନ୍ଦୁଝର ଜିଲ୍ଲାପାଇଁ ଗର୍ବ ଆଣିଛନ୍ତି ସୁଶ୍ରୀ ସୁମନ ।

କେବଳ ଯେ ଟାଇପୋଗ୍ରାଫି ପେଣ୍ଟିଂରେ ରୁଚି ରଖନ୍ତି ସୁଶ୍ରୀ ତା ନୁହେଁ । ଫାଇନ ଆର୍ଟ, ସାଣ୍ଡ ଆର୍ଟ ଓ ଆନିମେସନ ପେଣ୍ଟିଂରେ ତାଙ୍କର ରୁଚି ରହିଛି । ଏପରିକି କୋଣାର୍କ ସାଣ୍ଡ ଆର୍ଟ ଫେଷ୍ଟିବାଲରେ ଭାଗ ନିଅନ୍ତି ସେ । ପେଣ୍ଟିଂକୁ ନେଇ ସବୁବେଳେ କିପରି ନୂଆ ନୂଆ ଟେକ୍ନୋଲୋଜିକୁ ଆପଣାଇ ହେବ ସେନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାସହ ନୂଆ ନୂଆ ଚିନ୍ତାଧାରାକୁ ନେଇ ପେଣ୍ଟିଂ କରିଥାନ୍ତି । ଏହି ପେଣ୍ଟିଂ କରିବାକୁ ସେ ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରିଛନ୍ତି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବ ବୋଲି କେବେ ସେ ଆଶା କରିନଥିବା କହିଛନ୍ତି । ରେକର୍ଡ ସ୍ଥାନପାଇ ସୁଶ୍ରୀ ସୁମନ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ହୋଇଛନ୍ତି । ଏହାସହ ସମ୍ପର୍କୀୟ ଓ ଶୁଭେଚ୍ଛୁଙ୍କଠୁ ଶୁଭେଚ୍ଛାର ସୁଅ ଛୁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.