IPL 2023 ଟିମକୁ ଫେରିଲେ ଶାର୍ଦ୍ଦୁଳ ଠାକୁର, ଗୁଜରାଟ ବିପକ୍ଷରେ ଖେଳିବେ ଲିଗ୍‌ ମ୍ୟାଚ୍‌

କୋଲକତା ନାଇଟ ରାଇଡର୍ସ ଟିମ ପାଇଁ ଖୁସି ଖବର । ସୁସ୍ଥ ହୋଇ ଟିମକୁ ଫେରିଲେ ଶାର୍ଦ୍ଦୁଳ ଠାକୁର । ଆଇପିଏଲ ୨୦୨୩ ର ପ୍ରଥମ ଲିଗ ମ୍ୟାଚ ଖେଳିବେ ଶାର୍ଦ୍ଦୁଳ ଠାକୁର । ଆହତ ସମସ୍ୟା ଯୋଗୁଁ ଏପ୍ରିଲ ୧୬ ତାରିଖରୁ ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ ।

କୋଲକତା ନାଇଟ ରାଇଡର୍ସ ପାଇଁ ଖୁସି ଖବର । ସୁସ୍ଥ ହୋଇ ଟିମକୁ ଫେରୁଛନ୍ତି ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର । ଆଇପିଏଲ ଆରମ୍ଭ ହେବା ପରେ ଏପ୍ରିଲ ୧୬ ତାରିଖରୁ ଟିମରୁ ବାଦ୍‌ ପଡିଥିଲେ । ଏବେ ସଂପୂର୍ଣ୍ଣ ଭାବେ ଫିଟ ହୋଇ ଟିମକୁ ଫେରିଛନ୍ତି ଶାର୍ଦ୍ଦୁଳ । ତେବେ କେକେଆର ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ଖେଳିବେ ଶାର୍ଦ୍ଦୁଳ ଠାକୁର ।

ଚଳିତ ସିଜିନରେ ଶାର୍ଦ୍ଦୁଳ ୫ଟି ମ୍ୟାଚରେ ୧୯୮.୦୪ ଷ୍ଟ୍ରାଇକ ରେଟରେ ୧୦୧ ରନ୍‌ କରିଛନ୍ତି । ଆଉ ୨ଟି ଓ୍ଵିକେଟ ନେଇଛନ୍ତି । ଲିଗ୍‌ ମ୍ୟାଚ ଖେଳିନଥିବା ଶାର୍ଦ୍ଦୁଳ ଗୁଜରାଟ ବିପକ୍ଷରେ ପ୍ରଥମ ଲିଗ୍‌ ମ୍ୟାଚ ଖେଳିବେ । ତେବେ ଖେଳାଳି ଜଣକ ସଂପୂର୍ଣ୍ଣ ଭାବେ ଫିଟ୍‌ ରହିଥିବା ନେଇ ସୂଚନା ମିଳିଛି ।

କୋଲକତା ନାଇଟ ରାଇଡର୍ସ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳିଛି । ମାତ୍ର ୩ଟିରେ ବିଜୟ ହାସଲ କରିଥିବା ବେଳେ ୫ ଥର ପରାଜୟ ବରଣ କରିଛି । ପଏଣ୍ଟ ତାଲିକାରେ ୭ ନମ୍ବର ସ୍ଥାନରେ ରହିଛି କେକେଆର । ତେବେ ଶାର୍ଦ୍ଦୁଳ ଟିମକୁ ଫେରିବା ଭଲ ସଂକେତ ।

କୋଲକତା ଟିମ୍‌ : ନିତିଶ ରାଣା, ଜେସନ ରୟ, ଭେଙ୍କେଟେଶ ଆୟର, ଆନ୍ଦ୍ର ରସେଲ, ସୁନୀଲ ନାରାୟଣ, ଶାର୍ଦ୍ଦୁଳ ଠାକୁର, ଲକି ଫଗ୍ୟୁସନ, ଉମେଶ ଯାଦବ, ଟିମ ସାଉଦୀ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅନୁକୂଳ ରାୟ, ରିଙ୍କୁ ସିଂ, ଏନ ଜଗଦୀଶନ, ବୈଭବ ଆରୋରା, ସୂୟଶ ଶର୍ମା, ଡେଭିଡ ଓ୍ଵିସ, କୁଲଓ୍ଵନ୍ତ ଖେଜରୋଲିୟା, ଲିଟନ ଦାଦ, ମନଦୀପ ସିଂ, ଆର୍ଯ୍ୟ ଦେଶ, ରହମାନୁଲାହ ଗୁରବାଜ ।

ନିକଟରେ ସନରାଇଜର୍ସ ହାଇଦ୍ରାବାଦ ଟିମର ଷ୍ଟାର ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର ଆଇପିଏରୁ ବାଦ୍‌ ପଡିଛନ୍ତି । ମାଂସପେଶୀ ଜନିତ ଆଘାତ ଯୋଗୁଁ ବାକିଥିବା ମ୍ୟାଚ ଆଉ ଖେଳିବେନି ଓ୍ଵାଶିଂଟନ ସୁନ୍ଦର । ଓ୍ଵାଶିଟନ ସୁନ୍ଦର ଆଇପିଏଲ୍ ୧୬ ସିଜିନରେ ଏପର୍ଯ୍ୟନ୍ତ ଭଲ ଖେଳି ନାହାନ୍ତି । ଏହି ସିଜିନରେ ଓ୍ଵାଶିଂଟନ ୭ଟି ମ୍ୟାଚରେ ୧୫ ପ୍ରତିଶତରେ ୧୦୦ ଷ୍ଟ୍ରାଇକ ରେଟ୍ରେ ୬୦ ରନ୍ କରିଛନ୍ତି । ତାଙ୍କର ଶ୍ରେଷ୍ଠ ସ୍କୋର ୨୪ ରହିଛି । ବୋଲିଂରେ ମଧ୍ୟ ତାଙ୍କର ନୈରାଶଜନକ ପ୍ରଦର୍ଶନ ରହିଛି। ସେ ୧୭.୪ ଓଭର ବୋଲିଂ କରି ମାତ୍ର ୩ଟି ଓ୍ଵିକେଟ ନେଇଛନ୍ତି । ଗୋଟେ ମ୍ୟାଚରେ ୩ଟି ଓ୍ଵିକେଟ ନେଇଥିବା ବେଳେ ବାକି ୬ଟି ମ୍ୟାଚରେ କୌଣସି ଓ୍ଵିକେଟ ନେଇନାହାନ୍ତି ଓ୍ଵାଶିଂଟନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.