କେନ୍ଦୁଝର ମାଟିରେ ହୋଇଛି ଅଙ୍ଗୁର ଚାଷ, ଆଗକୁ ବଡ଼ ଆକାରରେ ଚାଷ କରିବାକୁ ଲକ୍ଷ୍ୟ

ବାଉଁଶ ତିଆରି ଭାଡ଼ିରେ ମାଡ଼ିଛି ଅଙ୍ଗୁର ଲତା । ସମ୍ପୂର୍ଣ୍ଣ ଭାଡ଼ିଟି ସବୁଜ ଦେଖାଯାଉଛି । ଭାଡ଼ିରେ ଧାଡ଼ି ଧାଡ଼ି ହୋଇ ଅଙ୍ଗୁର ପେନ୍ଥା ଓହଲୁଛି । ଯାହା ଦେଖିବାକୁ ଖୁବ ସୁନ୍ଦର ଲାଗୁଛି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କେନ୍ଦୁଆପଡ଼ା ଗାଁରେ ହୋଇଛି ଅଙ୍ଗୁର ଚାଷ । ରାସାୟନିକ ସାର ବ୍ୟବହାର ନକରି ଜୌବିକ ଖତର ବ୍ୟବହାର କରିଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ଫଳିଛି ସବୁଜ ରଙ୍ଗର ପେନ୍ଥା ପେନ୍ଥା ଅଙ୍ଗୁର । ବାଉଁଶ ତିଆରି ଭାଡ଼ିରେ ମାଡ଼ିଛି ଅଙ୍ଗୁର ଲତା । ସମ୍ପୂର୍ଣ୍ଣ ଭାଡ଼ିଟି ସବୁଜ ଦେଖାଯାଉଛି । ଗୋଟିଏ କି ଦୁଇଟି ନୁହେଁ ଶହ ଶହ ଅଙ୍ଗୁର ପେନ୍ଥାରେ ଅଙ୍ଗୁର ଫଳିଛି । ଭାଡ଼ିରେ ଧାଡ଼ି ଧାଡ଼ି ହୋଇ ଅଙ୍ଗୁର ପେନ୍ଥା ଓହଳୁଛି । ଯାହା ଦେଖିବାକୁ ଖୁବ ସୁନ୍ଦର ଲାଗୁଛି । ଫିକା ସବୁଜ ରଙ୍ଗର ସତେଜ ଅଙ୍ଗୁର । ଆପଣ ବି ଦେଖିଲେ ଇଚ୍ଛା ହେବ ଦୁଇଟା ଖଣ୍ଡେ ତୋଳିଆଣି ପାଟିରେ ପକାଇ ଦେବାକୁ । ସ୍ୱାମୀ –ସ୍ତ୍ରୀ ମିଶି ନିଜ ହାତରେ ଅଙ୍ଗୁର ଲତାର ଯତ୍ନ ନେଉଛନ୍ତି । ନିଇତି ପାଣିଦେବା ସହ ଆବଶ୍ୟକୀୟ ପୋଷକ ଯୋଗାଇ ଦେଉଛନ୍ତି । ସାର ତଥା କୀଟନାସକ ବ୍ୟବହାର ନକରି ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ କରିଛନ୍ତି ଅଙ୍ଗୁର ଚାଷ । ଆଉ ଏବେ ଭାଡ଼ିରେ ପେନ୍ଥା ପେନ୍ଥା ଅଙ୍ଗୁର ।

ଅଙ୍ଗୁର ସାଧାରଣ ଭାବେ ଥଣ୍ଡା ଅଞ୍ଚଳରେ ଫଳିଥାଏ । ଏ ଦୃଶ୍ୟ କିନ୍ତୁ କୌଣସି ଥଣ୍ଡା ଅଞ୍ଚଳର ନୁହେଁ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କେନ୍ଦୁଆପଡ଼ା ଗାଁରେ ହୋଇଛି ଅଙ୍ଗୁର ଚାଷ । ଗାଁର ଗୌରାଙ୍ଗ ମହାନ୍ତ ନିଜ ବାଡ଼ିରେ ଅଙ୍ଗୁର ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି । ସ୍ୱାମୀ-ସ୍ତ୍ରୀ ମିଶି ଯତ୍ନ ନେଇ ଏହାକୁ ସମ୍ଭବ କରି ଦେଖାଇଛନ୍ତି । ଗତବର୍ଷ ନିଜ ସମ୍ପର୍କୀୟଙ୍କଠୁ ଅଙ୍ଗୁର ଚାରା ଆଣି ନିଜ ବାଡ଼ିରେ ଲଗାଇଥିଲେ । ଏହାସହ ଏହାର ଆବଶ୍ୟକୀୟ ଯତ୍ନ ନେଇଥିଲେ । ରାସାୟନିକ ସାର ବ୍ୟବହାର ନକରି ଜୌବିକ ଖତର ବ୍ୟବହାର କରିଥିଲେ । ଏହାସହ ଅଙ୍ଗୁର ଲତାକୁ ଆବଶ୍ୟକୀୟ ମୁତାବକ ପାଣି ଦେଇଥିଲେ । ସେହିବର୍ଷ ହିଁ ଫଳ ଧରିବା ଆରମ୍ଭ କରିଥିଲା । ଆଉ ଭାଡିରେ ଫଳିଥିଲା ପେନ୍ଥା ପେନ୍ଥା ଅଙ୍ଗୁର ।

ଗତବର୍ଷ ଅଳ୍ପ ପରିମାଣର ଅଙ୍ଗୁର ଫଳିଥିବା ବେଳେ ଏବର୍ଷ କିନ୍ତୁ ପ୍ରଚୁର ଫଳ ଧରିଛି । ଯାହାକୁ ନେଇ ଗୌରାଙ୍ଗ ଓ ତାଙ୍କ ସ୍ତ୍ରୀ ତିଲତମା ବେଶ୍‌ ଖୁସି ଅଛନ୍ତି । ତାଙ୍କ ଭାଡ଼ିରେ ମାତ୍ର ଗୋଟିଏ ଚାରା ଲାଗିଥିବା ବେଳେ ଚଳିତବର୍ଷ ପ୍ରାୟ ୫ରୁ ୭ କିଲୋ ଅଙ୍ଗୁର ଫଳିଥିବା ଗୌରାଙ୍ଗ କହିଛନ୍ତି । ଗତ ବର୍ଷ ଗୋଟିଏ ସିଜିନରେ ଫଳ ଆସିଥିବା ବେଳେ ଏବର୍ଷ ଦୁଇଟି ସିଜିନରେ ଫଳ ଆସିଥିବା କହିଛନ୍ତି । ଇଏ ପରୀକ୍ଷା ମୂଳକ ଭାବେ ଚାଷ କରିଥିବା ବେଳେ ଆଗକୁ ବହୁ ପରିମାଣରେ ଚାଷ କରିବେ ବୋଲି ଗୌରାଙ୍ଗ କହିଛନ୍ତି । ତାଙ୍କ କହିବା କଥା ଯଦି ଆବଶ୍ୟକୀୟ ଯତ୍ନ ନିଆଯାଏ ଏମାଟିରେ ବି ଅଙ୍ଗୁର ଭଲଭାବେ ବଢି ପାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.