Below header

ପାଣିପାଗ ସର୍ବେକ୍ଷଣ ସଂସ୍ଥା ସ୍କାଏମେଟ୍‌ର ପୂର୍ବାନୁମାନ, ବାତ୍ୟାର ରୂପ ନେଇପାରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟ ଲଘୁଚାପ

ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ବର: ବାତ୍ୟାର ରୂପ ନେଇପାରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟ ଲଘୁଚାପ । ଧିରେ ଧିରେ ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଉପକୂଳରେ ପହଞ୍ଚିବା ବେଳକୁ ୫ରୁ ୬ ଦିନ ସମୟ ନେବ । ବାତ୍ୟା ନେଇ ଏଭଳି ପୂର୍ବାନୁମାନ କରିଛି ପାଣିପାଗ ସର୍ବେକ୍ଷଣ ସଂସ୍ଥା ସ୍କାଏମେଟ୍ । ଅନୁକୂଳ ତାପମାତ୍ରା ଏହାକୁ ମଜବୁତ କରିପାରେ । ପ୍ରଥମେ ଲଘୁଚାପ, ପରେ ଅବପାତ ଓ ପରେ ଗଭୀର ଅବପାତର ରୂପ ନେଇପାରେ । ଆସନ୍ତା ୯ରୁ ୧୦ ତାରିଖ ମଧ୍ୟରେ ସାଇକ୍ଲୋନିକ ଷ୍ଟ୍ରୋମ୍‌ରେ ପରିଣତ ହେବ । ଏହା ଓଡ଼ିଶା ଓ ଆନ୍ଧ୍ରର ଉପକୂଳରେ ଲ୍ୟାଣ୍ଡଫଲ କରିପାରେ । ପ୍ରଭାବରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ସମେତ, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.