୯ରେ ପୁଣି ଲଘୁଚାପ ! ୪୮ଘଣ୍ଟା ପରେ ଶକ୍ତିଶାଳୀ ହୋଇ ତାମିଲନାଡୁ-ପୁଡୁଚେରୀ ତଟ ମୁହାଁ ହେବ

କେନ୍ୟୁଜ୍(ବ୍ୟୁରୋ):୯ତାରିଖରେ ଲଘୁଚାପ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ସମ୍ଭାବନା ନେଇ ଆକଳନ କରିଛନ୍ତି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଲଘୁଚାପ ସୃଷ୍ଟି ହେବାର ୪୮ଘଣ୍ଟା ପରେ ଏହା ଶକ୍ତିଶାଳୀ ହୋଇ ତାମିଲନାଡୁ- ପୁଡୁଚେରୀ ତଟ ମୁହାଁ ହେବ ବୋଲି ପୂର୍ବାନୁମାନ କରିଛନ୍ତି ଉମାଶଙ୍କର ଦାସ। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର ବିଜ୍ଞାନୀ ଜାସନ୍‌ ନିକୋଲସ୍‌ ।

ଏଥିପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏନେଇ କିନ୍ତୁ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ଟ୍ରାକ୍‌ ଓ ତୀବ୍ରତା ବାବଦରେ କୌଣସି ପୂର୍ବାନୁମାନ କରାଯାଇନି । ଅନ୍ୟପଟେ ଆଗକୁ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ଥିବା କିଛି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.