Below header

ଯାହା ହେଇଯାଉ ପଛେ ମୁଁ ତତେ ଛାଡିବିନି, ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଶିକ୍ଷକଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ ଶିକ୍ଷୟିତ୍ରୀ

କାଲିମେଳା( କେ ନ୍ୟୁଜ): ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଶିକ୍ଷକଙ୍କୁ ମାଡ ମାରିଲେ ଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ ଟିଗଲ ଗ୍ରାମ ପଞ୍ଚାୟତର ଏମ :ପି :ଭି ୬୫ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ । ବିଦ୍ୟାଳୟର ଜଣେ ସରକାରୀ ଶିକ୍ଷକଙ୍କୁ ଅନ୍ୟ ଜଣେ ଶିକ୍ଷୟତ୍ରୀ ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାଡ ମାରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାଡ ଖାଇଥିବା ଶିକ୍ଷକ ଜଣକ । ମାଡ ମାରୁଥିବା ସମୟର ଏକ ଭିଡିଓ ବର୍ତ୍ତମାନ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

ଏମ. ପି. ଭି -୬୫ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ବ୍ୟକ୍ତିଗତ ବାର୍ତ୍ତାଳାପ ନେଇ ବିବାଦ ସୃଷ୍ଟି ହୋଇ ହଠାତ ଉତ୍ତେଜିତ ହୋଇ ଶିକ୍ଷୟିତ୍ରୀ ଜଣକ ମାଡ ମାରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରରେ ଘୋର ନିନ୍ଦା କରାଯାଉ ଅଛି । ଅନ୍ୟପଟେ SMC ପ୍ରେସିଡେଣ୍ଟଙ୍କ କହିବାନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହିପରି ଉତ୍ୟକ୍ତ ହୋଇ ଶିକ୍ଷୟିତ୍ରୀ ମାଡ଼ ମାରିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.