ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ବର(କେନ୍ଯୁଜ୍): ଜଙ୍ଗଲକୁ ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ କେପିଲାଖରାଜ ପଞ୍ଚାୟତ ଅଧିନ କାଠଗୋଛି ଗ୍ରାମର ପଣ୍ଡା ସିଂଙ୍କ ପୁଅ ଜଟା(୪୫) ଆଜି ସକାଳୁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥଇଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ନୀଳଗିରି ବିଧାୟକ ସୁକାନ୍ତ ନାୟକ ତାଙ୍କ ପ୍ରତିନିଧିଙ୍କୁ ପଠାଇ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଚିକିତ୍ସା ସେବା ପାଇଁ ହସ୍ପିଟାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.