କେନ୍ଦୁଝର: ଆମ୍ବ ଗୋଟାଇବା ପାଇଁ ତ଼ୋଟାକୁ ଯାଇଥିବା ବେଳେ ଅଘଟଣ, ନାବାଳିକାକୁ ଝୁଣି ଝୁଣି ଗୁରୁତର କଲେ ୫ କୁକୁର

କେନ୍ଦୁଝର(କେନ୍ୟୁଜ୍):  ବୁଲା କୁକୁରଙ୍କ କାମୁଡ଼ାରେ ଜଣେ ନାବାଳିକା ଗୁରୁତ଼ର । ଗୁରୁତ଼ର ନାବାଳିକା ହେଲେ ତ଼େଲକୋଇ ଥାନା ଟୁଙ୍ଗୁରୁବାହାଳ ଗ୍ରାମର ଲୁଚ଼େନ ଦେହୁରୀଙ୍କ ୯ ବର୍ଷର ଝିଅ ଶୁଭସ୍ମିତା  ଦେହୁରୀ।  ମିଳିଥିବା ସୂଚ଼ନା ଅନୁସାରେ ଗତ଼କାଲି ବିଳମ୍ବିତ଼ ରାତିରେ ଅଦିନିଆ କାଳବୈଶାଖି ଓ ଝଡ଼ ତ଼ଫାନ ବର୍ଷାରେ ଆମ୍ବ ତ଼ୋଟାରେ ଆମ୍ବ ପଡ଼ିଥିଲା। ତ଼େଣୁ ଶୁଭସ୍ମିତ଼ା ସକାଳ ସାଢେ ୬ଟା ବେଳେ ଆମ୍ବ ଗୋଟାଇବାକୁ ଯାଇଥିଲେ।ଏହି ସମୟରେ ୫/୬ ବୁଲାକୁକୁର ଆସି ତ଼ାଙ୍କୁ କାମୁଡି ପକାଇ ଲହୁଲୁହାଣ କରିପକାଇଥିଲେ।

ସେଠାକୁ ଜଣେ ବ୍ୟକ୍ତି ଶୈାଚ଼ ହେବାକୁ ଯାଉଥିବାବେଳେ ଏହି ଘଟଣା ଦେଖି କୁକୁରଙ୍କ କବଳରୁ ଶୁଭସ୍ମିତ଼ାଙ୍କୁ ଭଦ୍ଧାର କରିଥିଲେ। ତ଼ାଙ୍କୁ ଗୁରୁତର ଅବସ୍ଥାରେ ୧୦୮ରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପ୍ରଥମିକ ଚ଼ିକିତ୍ସା ପରେ ମଧ୍ୟ ତ଼ାଙ୍କର ଅବସ୍ଥା ଅତ଼ି ଗରୁତ଼ର ରହିଥିବା ଜଣା ପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.