Below header

ଅକ୍ସିଜେନ୍‌ ଓ ଆବଶ୍ୟକୀୟ ମେଡିସିନ୍‌ ଯୋଗାଣ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ଦେଶରେ କୋଭିଡ ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବାବେଳେ ସବୁଠି ଅକ୍ସିଜେନ୍‌ ଓ ଆବଶ୍ୟକୀୟ ମେଡିସିନର ଅଭାବ ପରିଲକ୍ଷିତ ହେଉଛି । କୋଭିଡ୍‌ର ଏଭଳି ଅଭାବନୀୟ ପରିସ୍ଥିତିକୁ ନେଇ ବିଭିନ୍ନ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଚାଲିଥିବାବେଳେ ସୁପ୍ରିମକୋର୍ଟ ଆଜି (ଗୁରୁବାର) ‘ସୁଓ ମୋଟୋ’ ଜନସ୍ୱାର୍ଥ ମାମଲା ଉପସ୍ଥାପନ କରିଛନ୍ତି । ରାଜ୍ୟରେ ଅକ୍ସିଜେନ୍‌ ଓ ମେଡିସିନ୍‌ ଅଭାବକୁ ଦୁର କରିବା ସହ ତୁରନ୍ତ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀ, ବମ୍ବେ, ସିକିମ, କୋଲ୍‌କାତା ଓ ଆହ୍ଲାବାଦ ଭଳି ୬ଟି ହାଇକୋର୍ଟ ରେ ଚାଲିଥିବା କୋଭିଡ୍‌ ସମ୍ବନ୍ଧୀୟ ଶୁଣାଣୀକୁ ଦୃଷ୍ଟିକୁ ଆଣିଥିଲେ ।

ପ୍ରଧାନ ବିଚାରପତି କହିଲେ ଯେ, ‘ଲକ୍ଡାଉନ୍’ ଜାରି କରିବାର ଅଧିକାର ରାଜ୍ୟଗୁଡ଼ିକ ଉପରେ ନ୍ୟସ୍ତ ହେବା ଉଚିତ। ଏ ସଂକ୍ରାନ୍ତରେ ଅଦାଲତ କିଛି କହିବା ଅନୁଚିତ।

ଏହି ‘ସୁଓ ମୋଟୋ’ ଜନସ୍ୱାର୍ଥ ମାମଲାରେ ଭାରତର ପ୍ରଧାନ ବିଚାରପତି ବରିଷ୍ଠ ଓକିଲ ହରିଶ ସାଲ୍େଓ୍ଵଙ୍କୁ ‘ଆମିକସ୍ କ୍ୟୁରି’ ଭାବେ ନିଯୁକ୍ତ କରିବା ସହ ଶୁକ୍ରବାର ଦିନ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ରାଜ୍ୟର ବିଭିନ୍ନ ହସ୍‌ପିଟାଲରେ ଏବେ ଅକ୍ସିଜେନ୍‌ ଅଭାବ ସବୁଠୁ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.