ରାଜଧାନୀରେ ପାଳିତ ହେଲା ରାଜ୍ଯସ୍ତରୀୟ ପ୍ରତୀକାତ୍ମକ ଗହ୍ମାପର୍ବ, ଯୋଗ ଦେଲେ ଅନେକ ପାଟରା ସଦସ୍ୟ

ଭୁବନେଶ୍ୱର (କେନ୍ୟୁଜ): ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ପାଳିତ ହୋଇଛି ରାଜ୍ଯସ୍ତରୀୟ ପ୍ରତୀକାତ୍ମକ ଗହ୍ମାପର୍ବ। ପାଟରା ସମିତି ର ସମସ୍ତ ସଦସ୍ୟ ବେଶ୍ ଉତ୍କଣ୍ଠାର ସହ ଏହି ପର୍ବ ପାଳନ କରିବା ସହ ଜାତୀୟ ସଂହତି , କୃଷି,ସଭ୍ୟତା ଏବଂ ଉନ୍ନତି ଦିଗରେ କାମ କରିଥାଏ ବୋଲି କହିଛନ୍ତି ନିଖିଳ ଉତ୍କଳ ପାଟରା ସମିତିର ସଭାପତି। ଏହି ପର୍ବ ପାଟରା ପରିବାର ପାଇଁ ଏକ ଭାଇଚାରାର ପର୍ବ। ରାଜ୍ୟର କୋଣ ଅନୁକୋଣରେ ଥିବା ପାଟରା ସଦସ୍ୟ ମାନେ ଏକାଠି ହୋଇ ପ୍ରତୀକାତ୍ମକ ଗହ୍ମାପର୍ବ ପାଳନ କରିଛନ୍ତି।

ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଏହା ଏକ ଦିନିକିଆ ପର୍ବ ଭାବେ ପାଳିତ ହୋଇଥିଲା । ପର୍ବରେ ପାଟରା ଜାତିର ଇଷ୍ଟ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ମା ସୁଭଦ୍ରାଙ୍କର କୌଳିକ ରୀତିନୀତି ଅନୁଯାୟୀ ପ୍ରତୀକାତ୍ମକ ପୂଜା ଉପାସନା କରାଯିବା ସହିତ ପାରମ୍ପାରିକ ନୈବେଦ୍ୟ ଅର୍ପଣ କରାଯାଇଥିଲା। ନୈବେଦ୍ୟ ଲାଗୁଥିବା ପାରମ୍ପାରିକ ପିଠା ସହିତ ବିବିଧ ବ୍ୟଞ୍ଜନର ପ୍ରଦର୍ଶନୀ ଆୟୋଜନ କରି ଓଡ଼ିଶାର ବିବିଧ ଖାଦ୍ୟ ସଂସ୍କୃତି ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

ଏହି ପର୍ବ ପାଳନ ନିମନ୍ତେ ମହାସଭାର ସଭାପତି ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି, କାର୍ଯ୍ୟକାରୀ ସଭାପତି ନାଥ ଖୁଣ୍ଟିଆ, ଉପସଭାପତି ମନୋଜ ସାହୁ, ରବୀନ୍ଦ୍ରନାଥ ସେନାପତି, ଉପଦେଷ୍ଟା ନାରାୟଣ ପାତ୍ର, ସାଧାରଣ ସଂପାଦକ ସଞ୍ଜୟ ପାତ୍ର, ଶରତ ପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଭୁବନେଶ୍ୱରର ପାଟରା ଗୋସେଇଁମାନଙ୍କ ସହିତ ପ୍ରାଥମିକ ଆଲୋଚନା ସମାପନ କରିଥିଲେ। ଏହା ଛଡ଼ା ସାମ୍ବାଦିକ ତଥା ସଂଯୋଜକ ଦେବେନ୍ଦ୍ର ପୃଷ୍ଟି ପ୍ରମୁଖ ପର୍ବ ଆୟୋଜନରେ ସହଭାଗୀ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.