ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ମେଡିକାଲ ବାରଣ୍ଡାରେ ମହିଳାଙ୍କ ପ୍ରସବ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ପ୍ରସବ ବେଦନା ହେବା ପରେ ତିହିଡ଼ି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତର ତଳଦୁମୁକା ଗାଁର ଦାମୋଦର ଖିଲାରଙ୍କ ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସ ତାଙ୍କ କଥା ବୁଝିନଥିଲେ । ଅନେକ ସମୟ ପରେ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଏଥିପାଇଁ ପ୍ରସୂତିଙ୍କ ପରିବାର ୧୦୮ ଆମ୍ବୁଲାନସକୁ ଫୋନ କରିଥିଲେ ମଧ୍ୟ ଏହା ବହୁ ସମୟ ଧରି ଆସିନଥିଲା। ଏହା ପରେ ମହିଳା ଜଣକ ପ୍ରସୂତି ୱାର୍ଡ ବାରଣ୍ଡାରେ ଜାଆଁଳା କନ୍ୟାଙ୍କୁ ଜନ୍ମ ଦେଇଥିଲେ। ପରେ ନର୍ସ ତାଙ୍କୁ ୱାର୍ଡ ଭିତରକୁ ନେଇ ଚିକିତ୍ସା କରାଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.