Below header

ବିନା ଡାଉନ୍‌ପେମେଣ୍ଟରେ ଘରକୁ ଆଣନ୍ତୁ Honda ସ୍କୁଟର, ଜାଣନ୍ତୁ କ’ଣ ରହିଛି ଅଫର

ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣ କମ୍ପାନୀ ହୋଣ୍ଡା ମଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଗ୍ରାହକଙ୍କ ପାଇଁ ଗାଡ଼ି କିଣିବାକୁ ନେଇ ନୂଆ ଘୋଷଣା କରିଛି। କମ୍ପାନୀର ଘୋଷଣାନୁସାରେ ଏବେ ହୋଣ୍ଡା ତରଫରୁ ଜିରୋ ଡାଉନ୍‌ପେମେଣ୍ଟରେ ଲୋନ୍‌ ନେଇ ଗାଡ଼ି କିଣିବା ଭଳି ସୁବିଧା ଉପଲବ୍ଧ ହୋଇଛି। ଏଥିପାଇଁ ହୋଣ୍ଡା ତରଫରୁ ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ କମ୍ପାନୀ ଟାଟା କ୍ୟାପିଟାଲ ଫାଇନାନ୍‌ସିଆଲ ସର୍ଭିସେଜ ଲିମିଟେଡ୍‌ ସହ ଚୁକ୍ତି କରାଯାଇଛି। ଦୀପାବଳି ଅବସରରେ ବିକ୍ରିି ବୃଦ୍ଧି କରିବାକୁ କମ୍ପାନୀର ଏହା ଏକ ଯୋଜନା। ଏଭଳି ଘୋଷଣା ପରେ ଲୋକେ ଅଧିକରୁ ଅଧିକ ହୋଣ୍ଡା କମ୍ପାନୀର ସ୍କୁଟର କିଣିବାକୁ ଇଚ୍ଛା କରିବେ ବୋଲି କମ୍ପାନୀ ଆଶା ରଖିଛି।

ଏହାସହ ପଢନ୍ତୁ: Vodafone ୩୯୯ ଟଙ୍କାର ପ୍ଲାନ୍‌ରେ ଏବେ ମିଳିବ ୧୫୦ଜିବି ଅତିରିକ୍ତ ଡାଟା, ଜାଣନ୍ତୁ କେଉଁ ଗ୍ରାହକ ଉଠାଇପାରିବେ ଫାଇଦା

କମ୍ପାନୀର ବରିଷ୍ଠ ଉପସଭାପତି ଯଦାବିନ୍ଦର ସିଂହ ଗୁଲୋରିଆ କହିଛନ୍ତି,‘ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହୋଣ୍ଡା କମ୍ପାନୀ ତରଫରୁ ଏଭଳି ଯୋଜନା ଲାଗୁ କରାଯାଇଛି। ଖୁବ୍‌ଶୀଘ୍ର BS-VI ରେ ପରିବର୍ତ୍ତନ ହେବା ଯୋଗୁ ଆଗାମୀ ବର୍ଷଗୁଡ଼ିକରେ ଫାଇନାନ୍ସ କମ୍ପାନୀଙ୍କ ଉପରେ ଗ୍ରାହକଙ୍କ ଭରସା ଅଧିକ ବୃଦ୍ଧି ପାଇବ। ଏଥିପାଇଁ ଟାଟା କ୍ୟାପିଟାଲ ଫାଇନାନ୍ସିଆଲ ସର୍ଭିସେଜ ଲିମିଟେଡ୍‌ ସହ ଆମର ଚୁକ୍ତି ସ୍ୱାକ୍ଷରିତ ହୋଇଛି।’

କ’ଣ ରହିଛି ଅଫର

  • ଜିରୋ ଡାଉନ୍‌ପେମେଣ୍ଟ
  • କମ୍‌ EMI ସ୍କିମ୍‌
  • ୩୬ ମାସ ପର୍ଯ୍ୟନ୍ତ ଋଣ ଅବଧି
  • ଘଣ୍ଟାକରେ ମିଳିବ ଋଣ
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.