ବିକ୍ରି ହେବାକୁ ଯାଉଛି ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ପଲ ଏଲେନଙ୍କର ୩୨.୫ କୋଟି ଡଲାରର ଅକ୍ଟୋପସ ସୁପର ୟାଟ

ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ପଲ ଏଲେନ(Paul Allen)ଙ୍କର ୪୧୪ ଫୁଟ ଲମ୍ବ ଓ ୩୨.୫ କୋଟି ଡଲାର(ପାଖାପାଖି ୨୩୦୭.୫ କୋଟି ଟଙ୍କା)ର ଅକ୍ଟୋପସ ସୁପର ୟାଟ ବିକ୍ରି ହେବାକୁ ଯାଉଛି । ଏହି ୟାଟକୁ ପ୍ରସ୍ତୁତ କରିବା ପାଇଁ ପଲ ପ୍ରାୟ ୧୪୨୦ କୋଟି ଟଙ୍କା ଦେଇଥିଲେ ଓ ଏହାକୁ ୨୦୦୩ ମସିହାରେ ଲଞ୍ଚ କରାଯାଇଥିଲା । ଏହି ୟାଟରେ ୮ଟି ଡେ଼କ, ଗୋଟିଏ ଏଲିଭେଟର, ଗୋଟିଏ ସିନେମା ହଲ, ଦୁଇଟି ହେଲିପ୍ୟାଡ଼ ଏବଂ ଗ୍ଲାସ ବଟମଡ ଅଣ୍ଡର ୱାଟର ଅବଜରଭେସନ ଲଙ୍ଗ ରହିଛି । ଗତବର୍ଷ ଅକ୍ଟୋବର ୧୮ ତାରିଖରେ ଏଲେନଙ୍କର ମୃତ୍ୟୁ ହୋଇଯାଇଥିଲା ।

 

Related image

ବର୍ତ୍ତମାନ ଏଲେନଙ୍କର କିଛି ମୂଲ୍ୟବାନ ସମ୍ପତ୍ତି ବିକ୍ରି ହେବାକୁ ଯାଉଛି ଯେଉଁଥିରେ ରହିଛି ୧.୧୦ କୋଟି ଡଲାର(୭୮.୧ କୋଟି ଟଙ୍କା)ର ବେବର୍ଲ୍ଲି ହିଲ ସ୍ଥିତ ପ୍ରପର୍ଟି ଏବଂ ଏକ ମିଗ-୨୯ ଫାଇଟର ଜେଟ । ଏଲେନଙ୍କ ମୃତ୍ୟୁ ସମୟରେ ତାଙ୍କର ସମସ୍ତ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧.୪୪ ଲକ୍ଷ କୋଟି ଟଙ୍କା(୨,୦୩୦ କୋଟି ଡଲାର) ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.