Below header

କେନ୍ଦ୍ର ସରକାର ଚାଷୀଙ୍କ ଖାତାକୁ ପଠାଇବାକୁ ଯାଉଛନ୍ତି ୬୦ ହଜାର କୋଟି, ଯଦି ଆପଣ ଏଥିରେ ବଞ୍ଚିତ ହେଉଛନ୍ତି ତେବେ ଏମିତି କରନ୍ତୁ ସମ୍ପର୍କ

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ସ୍କୀମ ସାହାଯ୍ୟରେ ବର୍ତ୍ତମାନ ସୁଦ୍ଧା ୭.୪୫ କୋଟି ଚାଷୀଙ୍କୁ ଟଙ୍କା ଦିଆଯାଇଛି। କିନ୍ତୁ ଏଥିରେ କେବଳ ୨.୯୯ କୋଟି ଲୋକଙ୍କୁ ତୃତୀୟ କିସ୍ତି ମଧ୍ୟ ମିଳିଛି। ଏହିଭଳି ଭାବରେ ଦେଶରେ ୧୧.୫ କୋଟି ଚାଷୀଙ୍କ ପାଖକୁ ଶେଷ କିସ୍ତି ପହଁଚିପାରିନାହିଁ। ଏହି ପରିସ୍ଥିତରେ ଥିବା ଲୋକମାନଙ୍କୁ ନଭେମ୍ବର ଶେଷ ସୁଦ୍ଧା ଟଙ୍କା ପହଁଚାଇବା ପାଇଁ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ଚେଷ୍ଟା କରୁଛନ୍ତି।

କେନ୍ଦ୍ରୀୟ କୃଷି ରାଜ୍ୟ ମନ୍ତ୍ରୀଙ୍କ ଅନୁଯାୟୀ, ‘ଏବେ ପର୍ଯ୍ୟନ୍ତ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତି ରୂପରେ ୨୭ହଜାର କୋଟି ରୁ ଅଧିକ ଟଙ୍କା ଦିଆସରିଛି। ’ ଏଥିରୁ ଜଣାପଡୁଛି ଆସନ୍ତା କିଛି ମାସରେ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୬୦ ହଜାର କୋଟିର ଫଣ୍ଡ ଆହୁରି ଆସିବାର ଅଛି।

bankଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୧୪.୫ କୋଟି ଚାଷୀ ତିନି କିସ୍ତିର ଟଙ୍କା ଦେବାରେ ୮୭ହଜାର କୋଟି ଟଙ୍କାର ଆସିବ। ସରକାର ୩୦ନଭେମ୍ବର ପର୍ଯ୍ୟନ୍ତ ଆଧାର ଲିଙ୍କ୍ କରିବାର ନିୟମ ଉପରେ ଛାଡ ଦେଇଛନ୍ତି। ସେତିକି ସମୟ ଭିତରେ ଅନେକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଚାଲିଯିବ।

ଏହାସହ ପଢନ୍ତୁ : ଏଣିକି ମାଗଣାରେ କରିପାରିବେ ରେଳ ଯାତ୍ରା, ଜାଣନ୍ତୁ କେମିତି ପାଇବେ ଏହାର ଫାଇଦା

ଯଦି ଟଙ୍କା ପହଁଚିନାହିଁ ତେବେ କଣ କରିବେ

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କୃଷକ ସମ୍ମାନ ନିଧି ଟଙ୍କା ପହଁଚିପାରେ ନାହିଁ ତେବେ ସର୍ବ ପ୍ରଥମେ ଆପଣ ରିଭିନ୍ୟୁ ଅଧିକାରୀ ଏବଂ ଯୋଜନା ନୋଡାଲ ଅଧିକାରୀଙ୍କ ସମ୍ପର୍କ କରନ୍ତୁ। ସେଠାରୁ ଯଦି ଆପଣ ନିରାଶ ଫେରୁଛନ୍ତିି ତେବେ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ପିଏମ କୃଷକ ହେଲ୍ପ ଡେସ୍କ(PM-KISAN Help Desk)ର ଇ-ମେଲ([email protected])ରେ ସମ୍ପର୍କ କରିପାରିବେ। ଆଉ ଯଦି ସେଠାରେ ଆପଣ ଅସଫଳ ହେଲେ ତେବେ 011-23381092 (Direct HelpLine) ଫୋନ ନମ୍ବରରେ ଫୋନ କରନ୍ତୁ। ଏହି ଯୋଜନା ବିଷୟରେ ଆପଣ (Farmer’s Welfare Section) ସହିତ ମଧ୍ୟ କଥା ହୋଇପାରିବେ। ଦିଲ୍ଲୀରେ ଏହାର ଫୋନ ନମ୍ବର 011-23382401 ଏବଂ ଇମେଲ ଆଇଡି ହେଉଛି ([email protected])।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.