ଜଣେ ଦୁଷ୍କର୍ମ ପୀଡ଼ିତା ଦିବ୍ୟାଙ୍ଗ ଯୁବତୀର କାହାଣୀ, ଯିଏ ଏବେ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପୁତ୍ର ସନ୍ତାନଟିଏ ଜନ୍ମ ଦେଲେ ଜଣେ ଦୁଷ୍କର୍ମ ପୀଡ଼ିତା । ସେ ପୁଣି ଜଣେ ଦିବ୍ୟାଙ୍ଗ । ଘର ଯଦିଓ ଓଡ଼ିଶାରେ ନୁହେଁ ହେଲେ ତାଙ୍କର ଦୁର୍ଦ୍ଦଶା ତାଙ୍କୁ ଟାଣି ଆଣିଛି ପଶ୍ଚିମବଙ୍ଗରୁ ଭୁବନେଶ୍ୱରକୁ । କଳିଙ୍ଗ ନଗରରେ ଜଣେ ପରିଚିତ ଲୋକ ତାଙ୍କୁ ଏଠାକୁ ନେଇ ଆସିଥିଲେ । ଏଇ ଦିବ୍ୟାଙ୍ଗ ଯୁବତୀଙ୍କ କାହାଣୀ ଶୁଣିଲେ ଆପଣ ବି ନିଜକୁ ଧିକ୍‌ କହିବେ । ପଶ୍ଚିମବଙ୍ଗ ଝାଲଗ୍ରାମ କଣ୍ଟାବଣିରେ ଯୁବତୀଙ୍କ ଘର । କିଛି ଦୁର୍ବୃତ୍ତ ତାଙ୍କ ଶାରୀରିକ ଅକ୍ଷମତାର ଫାଇଦା ଉଠାଇ ତାଙ୍କୁ ଗଣଦୁଷ୍କର୍ମ କଲେ । ଆଉ ଦୋଷ ନଥାଇ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଲା ଯୁବତୀ ଜଣକ । ହେଲେ ନିଜର ଅକ୍ଷମତା ତାକୁ ରୋକିଲା ପୋଲିସ୍‌ ଓ ପ୍ରଶାସନ ପାଖକୁ ଯିବାକୁ । ନ୍ୟାୟ ପାଇଁ ଦାବି କରିବାକୁ ସେ ସମର୍ଥ ନୁହେଁ । ଆଉ ଶେଷରେ ଭୁବନେଶ୍ୱର ଆସି ଜନ୍ମ ଦେଇଛି ପୁତ୍ର ସନ୍ତାନକୁ । ସେପଟେ ଦୁଷ୍କର୍ମକାରୀ ଖୋଲାଖୋଲି ବୁଲୁଛନ୍ତି । ନ୍ୟାୟ ପାଇବାର ଆଶ ନଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିବାକୁ ବି ପଛାଉଛନ୍ତି ପୀଡ଼ିତା ଜଣକ ।

2

ଏବେ ପ୍ରଶ୍ନ ହେଉଛି ଏଭଳି ଜଣେ ପୀଡ଼ିତାଙ୍କୁ ନ୍ୟାୟ ଦେବ କିଏ ? ତାର ଅପୂରଣୀୟ କ୍ଷତରେ ଔଷଧ ଲଗାଇବ କିଏ ? ତାର ଅନ୍ଧାରୀ ଭବିଷ୍ୟତକୁ କେହି ସଜାଡ଼ି ପାରିବେ କି ? ନା କେବଳ ଭାଗ୍ୟକୁ ଆଦରି ଏମିତି ଜୀବନ କାଟିବେ ଏଇ ଦୁଷ୍କର୍ମ ପୀଡ଼ିତା ଦିବ୍ୟାଙ୍ଗ ଯୁବତୀ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.