ଚୋରି ହୋଇଥିବା ଚପଲ ବୋଝେଇ ଗାଡି ଉଦ୍ଧାର, ଗତକାଲି ହୋଇଥିଲା ଚୋରି

ଯାଜପୁର: ଚୋରି ହୋଇଥିବା ଚପଲ ଗାଡି ଜବତ ।ଗତକାଲି କୁଆଖି୍ଆ ଜାତୀୟ ରାଜପଥ ବହାଦଲାପୁରନିକଟରୁ କିଛି ଦୁର୍ବୃତ୍ତ ବାଟା କମ୍ପାନୀର ଏକ ଚପଲ ବୋଝେଇ ଗାଡିର ଡ୍ରାଇଭରକୁ ମାଡମାରି ଚୋରି କରିଥିଲେ। ଡ୍ରାଇଭର ଜଣକ କୁଆଖିଆ ଥାନାରେ ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଆଜି ସନ୍ଧ୍ୟାରେ ପୋଲିସ ବାଲିଚନ୍ଦ୍ରପୁର ଥାନା ନାନପୁର ଅଞ୍ଚଳରେ ଚଢାଉ କରି ଟ୍ରକକୁ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

CHAPAL TRUCK-2

ଟ୍ରକ ଡ୍ରାଇଭରଙ୍କ କହିବା ମୁତାବକ ଗତକାଲି ପାଣିକୋଇଲ ଟୋଲ ଗେଟ ନିକଟରେ ଜଣେ ବ୍ୟକ୍ତି ନିଜକୁ ଡ୍ରାଇଭରର ପରିଚୟ ଦେଇ ଆଗକୁ ଛାଡିଦେବାକୁ କହି ଗାଡିରେ ଚଢିଥିଲେ। ବହାଦଲାପୁର ଛକ ନିକଟରେ ପଛରୁ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଗାଡିକୁ ଅଟକାଇଥିଲେ। ପରେ ତାଙ୍କୁ ମାରପିଟ କରି ଚପଲ ବୋଝେଇ ଟ୍ରକଟିକୁ ଚୋରି କରିନେଇଥିଲେ। ଗାଡିଟି କଲିକତାରୁ ଚେନ୍ନାଇ ଅଭିମୁଖେ ଯାଉଥିଲା। ଏହି ଘଟଣା ପରେ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟଦୁଇଜଣକୁ ଧରିବା ଲାଗି ଚଢାଉ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.