Below header

ସ୍ପଷ୍ଟ ଦିବାଲୋକରେ ଚାଉଳ ଚୋରି କରି ଧରାପଡିଲେ ପ୍ରଧାନ ଶିକ୍ଷୟିତ୍ରୀ

ପିଲାଙ୍କ ଉଷୁନା ଚାଉଳ କିଲୋକୁ ୨୫ ଟଙ୍କାରେ ବିକ୍ରି  । ଆଉ ବିକ୍ରି  କରିଛନ୍ତି ଖୋଦ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ । ଆଉ ତାଙ୍କୁ ସହଯୋଗ କରିଛନ୍ତି ବିଦ୍ୟାଳୟର ପିଅନ। ହଁ ଆଜ୍ଞା ବିଦ୍ୟାଳୟରୁ ଚାଉଳ ଚୋରି। ସ୍ପଷ୍ଟ ଦିବାଲୋକରେ ସ୍କୁଲ ଆରମ୍ଭ ହେଉ ହେଉ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିଥିଲେ ଖୋଦ ପ୍ରଧାନ ଶିକ୍ଷୟିତ୍ରୀ ।

ସାଲେପୁର(କେନ୍ୟୁଜ୍‌):  ପିଲାଙ୍କ ଉଷୁନା ଚାଉଳ କିଲୋକୁ ୨୫ ଟଙ୍କାରେ ବିକ୍ରି  । ଆଉ ବିକ୍ରି  କରିଛନ୍ତି ଖୋଦ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ । ଆଉ ତାଙ୍କୁ ସହଯୋଗ କରିଛନ୍ତି ବିଦ୍ୟାଳୟର ପିଅନ। ହଁ ଆଜ୍ଞା ବିଦ୍ୟାଳୟରୁ ଚାଉଳ ଚୋରି। ସ୍ପଷ୍ଟ ଦିବାଲୋକରେ ସ୍କୁଲ ଆରମ୍ଭ ହେଉ ହେଉ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିଥିଲେ ଖୋଦ ପ୍ରଧାନ ଶିକ୍ଷୟିତ୍ରୀ । ଚାଉଳ ଲଦା ହୋଇଥିବା ବାଇକ ସହ ବ୍ୟବସାୟୀ ଜଣଙ୍କୁ ଧରିଲେ ଖୋଦ ବିଦ୍ୟାଳୟର ସଭାପତି। ଏ ନେଇ ଥାନା ରେ ଏତଲା ଦେଲେ ବିଦ୍ୟାଳୟ ର ସଭାପତି। ଧରାପଡିବା ପରେ ସବୁ ସତ ମାନିନେଇଥିଲେ ଚାଉଳ କିଣି ନେଉଥିବା ବ୍ୟକ୍ତି ଜଣକ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧୀନରେ ଥିବା ସରକାରୀ ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟ ବୋଧଙ୍ଗରେ। ତେବେ ପିଲାଙ୍କର ଚାଉଳକୁ ଏକ କ୍ୱିଣ୍ଟାଲ ପିଛା ପ୍ରଧାନ ଶିକ୍ଷୟତ୍ର ୨୫ ଟଙ୍କା ଦାମରେ ବିକ୍ରି କରିଥିବା ଖୋଦ ବେପାରି ଜଣକ କହିଛନ୍ତି। ହେଲେ ଧରାପଡିବା ପରେ ହଡବଡାଇ ଯାଇଥିଲେପ୍ରଧାନ ଶିକ୍ଷୟିତ୍ରୀ ।

ବିଭିନ୍ନ କଥା କହି ଦୋଷ ଲୁଚାଇବାକୁ ଚେଷ୍ଟା କରିଥିଲେ। ଏପଟେ ନିଜ ଗାଡିରେ ଚାଉଳ ବସ୍ତା ଲଦି ଯାଉଥିବା ବେପାରୀ କି ଗ୍ରାମବାସୀ ମାନେ ଅଟକ ରଖି ଥାନା ଏତଲା ବି ଦେଇଛନ୍ତି । ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ଖୋଦ ବିଦ୍ୟାଳୟ ସଭାପତି। ଅନ୍ୟପଟେ ଏନେଇ ତଦନ୍ତ କାରି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀଣୀ କହିଛନ୍ତି। ସରକାରୀ ଚାକିରି କୁ ମୋଟା ଅଙ୍କର ଦରମା ତଥାପି ପୁରୁନି ପେଟ । ଶେଷରେ ପିଲାଙ୍କ ଚାଉଳକୁ ଚୋରି ପଡି ଧରାପଡିଲେ ପ୍ରଧାନ ଶିକ୍ଷୟିତ୍ରୀ।ତେବେ ଦେଖାଯାଉ ପୋଲସ୍ କେବେ ନଉଛି କାର୍ଯ୍ୟାନୁଷ୍ଠାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.