ଧବଳେଶ୍ବରଙ୍କ ଦର୍ଶନରୁ ୨ୟ ଦିନର ଗସ୍ତ ଆରମ୍ଭ କଲେ ଅଶ୍ବିନୀ ବୈଷ୍ଣବ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

କଟକ ଲୋକସଭାର ୪ ବିଧାନସଭା କ୍ଷେତ୍ର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି ସକାଳୁ ବାବା ଧବଳେଶ୍ବରଙ୍କ ଦର୍ଶନ କରି ମନ୍ଦିରରେ ବାନା ଚଢାଇଛନ୍ତି। ଏହାପରେ ପ୍ରସାଦ ସେବନ କରିଛନ୍ତି। ଧବଳେଶ୍ବରଙ୍କ ଦର୍ଶନରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବିତୀୟ ଦିନ ଗସ୍ତ ଆରମ୍ଭ ହୋଇଛି।

କଟକ (କେନ୍ୟୁଜ): କଟକ ଲୋକସଭାର ୪ ବିଧାନସଭା କ୍ଷେତ୍ର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି ସକାଳୁ ବାବା ଧବଳେଶ୍ବରଙ୍କ ଦର୍ଶନ କରି ମନ୍ଦିରରେ ବାନା ଚଢାଇଛନ୍ତି। ଏହାପରେ ପ୍ରସାଦ ସେବନ କରିଛନ୍ତି। ଧବଳେଶ୍ବରଙ୍କ ଦର୍ଶନରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବିତୀୟ ଦିନ ଗସ୍ତ ଆରମ୍ଭ ହୋଇଛି। ଆଜି ଆଠଗଡ଼ ଓ ବଡ଼ମ୍ବା ବିଧାନସଭା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ କଟକ ସଂସଦୀୟ କ୍ଷେତ୍ରରେ ଆସୁଛି ।

ଗତକାଲି ସେ ଦଶପଲ୍ଲା, କଣ୍ଟିଲୋ, ଖଣ୍ଡପଡ଼ା ଓ ବାଙ୍କୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାତିରେ ଧବଳେଶ୍ବରରେ ରାତ୍ରି ଯାପନ କରିଥିଲେ ରେଳମନ୍ତ୍ରୀ। କଟକ ଲୋକସଭା ଆସନରୁ ଅଶ୍ବିନୀ ବୈଷ୍ଣବ ଲଢିବା ଚର୍ଚ୍ଚା ଜୋର ଧରୁଥିବା ବେଳେ ଦୁଇ ଦିନିଆ ଗସ୍ତରେ ଓଡିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଏହାକୁ ଖୋରାକ ଯୋଗାଇଛି। ଚର୍ଚ୍ଚା ହେଉଛି ଚଳିତ ନିର୍ବାଚନରେ କଟକ ଲୋକସଭା ଆସନରୁ ଜଣେ ପୂର୍ବତନ ଆଇଏଏସ ଓ ବଡ଼ମ୍ବା ବିଧାନସଭା ଆସନରୁ ଜଣେ ପୂର୍ବତନ ଆଇଆରଏସ ନିର୍ବାଚନ ଲଢିବେ । ବଡ଼ମ୍ବା ଆସନରୁ ଗତ ନଭେମ୍ବର ମାସରେ ବିଜେପିରେ ମିଶିଥିବା ଆଇଆରଏସ୍ ସମ୍ବିତ ତ୍ରିପାଠୀ ଲଢିପାରନ୍ତି ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.