ଗାଁ ପଞ୍ଚାୟତରୁ ରାଜଧାନୀ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ପରିବହନ ସେବା, ୩ ବର୍ଷରେ ଖର୍ଚ୍ଚ ହେବ ୩୧୭୮ କୋଟି ଟଙ୍କା

ଗାଁ ପଞ୍ଚାୟତରୁ ରାଜଧାନୀ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରାଯିବ। ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ମିଶନ ଶକ୍ତି ଏସ୍ ଏଚ୍ ଜିଙ୍କୁ ଲକ୍ଷ୍ମୀ ଯୋଜନାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯିବ।

କେନ୍ୟୁଜ୍(ବ୍ୟୁରୋ): ଗାଁ ପାଇଁ ଲକ୍ଷ୍ମୀ। ଲୋକେସନ ଆକ୍ସେସିବିଲିଟି ମଲ୍ଟି-ମୋବାଇଲ ଇନିସିଏଟିଭ -ଲକ୍ଷ୍ମୀ ପାଇଁ ୩ ବର୍ଷରେ ଖର୍ଚ୍ଚ କରାଯିବ ୩୧୭୮ କୋଟି ଟଙ୍କା। ଲକ୍ଷ୍ମୀ ବସ ପର୍ଯ୍ୟାୟ କ୍ରମରେ ସାରା ରାଜ୍ୟରେ ଚଳାଚଳ କରିବ। ଏହି ଯୋଜନା ଅଧୀନରେ ୧୦୦୦ରୁ ଅଧିକ ବ ସ ନିୟୋଜିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗାଁ ପଞ୍ଚାୟତରୁ ରାଜଧାନୀ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରାଯିବ। ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ମିଶନ ଶକ୍ତି ଏସ୍ ଏଚ୍ ଜିଙ୍କୁ ଲକ୍ଷ୍ମୀ ଯୋଜନାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯିବ। କୃଷିଜାତ ଦ୍ରବ୍ୟକୁ ଉତ୍ପାଦନ ସ୍ଥଳରୁ ଉପଯୁକ୍ତ ସ୍ଥାନକୁ ପରିବହନ ଦ୍ବାରା ପହଞ୍ଚାଯିବ।

ଲକ୍ଷ୍ମୀ ଯୋଜନା ଅଧିନରେ ବ୍ଲକ ସଂଯୋଗୀକରଣ ଦ୍ବାରା ପଞ୍ଚାୟତ ଏବଂ ଏହାର ବ୍ଲକ ମୁଖ୍ୟାଳୟ ମଧ୍ୟରେ ଯୋଗାଯୋଗ ସୁବିଧା ପ୍ରଧାନ କରାଯିବ। ଜିଲ୍ଲା ସଂଯୋଗୀକରଣ ଦ୍ବାରା ବ୍ଲକ ମୁଖ୍ୟାଳୟକୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଯୋଗାଯୋଗ ସୁବିଧା କରାଯିବ। ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ବର କିମ୍ବା ଭୁବନେଶ୍ବର ଭାୟା ପୁରୀକୁ ଯୋଗାଯୋଗ ସୁବିଧା କରାଯିବ। ଲକ୍ଷ୍ମୀ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ବର କିମ୍ବା ପ୍ରମୁଖ ସହର ମଧ୍ୟରେ ଯୋଗାଯୋଗ ସୁବିଧା ଉପଲବ୍ଧ କରାଯିବ। ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ ମୁଖ୍ୟାଳୟ, ଜିଲ୍ଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଏବଂ ଅର୍ଥନୈତିକ ପେଣ୍ଠ ସ୍ଥଳକୁ ବସ ଯୋଗେ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.