ଘରକୁ ଫେରି ଅନୁଭୂତି ବାଣ୍ଟିଲେ ଦିଲ୍ଲୀ ଯାଇ ଗଣତନ୍ତ୍ର ଦିବସରେ ଯୋଗଦେଇଥିବା ଆଦିବାସୀ ଭୁଞ୍ଜିଆ ଦମ୍ପତି

ନୂଆପଡା(କେନ୍ୟୁଜ): ଚଳିତବର୍ଷ ଦିଲ୍ଲୀ ରାଜପଥରେ ଆୟୋଜିତ ୭୪ତମ ଗଣତନ୍ତ୍ର ଦିବସ ପାଳନ ସମାରୋହରେ ଯୋଗଦେଇଥିଲେ ନୂଆପଡା ଜିଲ୍ଲା ମାଓପ୍ରବଣ ସୁନାବେଡା ଅଭୟାରଣ୍ଯର ଆଦିବାସୀ ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ ତାଙ୍କ ପତ୍ନି କୁଞ୍ଜବାଈ ମାଝି। ସେମାନେ ରାଜ ଅତିଥି ଭାବେ ଯୋଗଦେଇଥିବାବେଳେ ବର୍ତ୍ତମାନ ସେ ଘରକୁ ଫେରିଛନ୍ତି । ସେଠାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ନୂଆପଡା ଜିଲାକୁ ଫେରିବାପରେ ନିଜର ଅନୁଭୂତି ବାଣ୍ଟିଛନ୍ତି ।

ଚଳିତ ଗଣତନ୍ତ୍ର ଦିବସରେ ନୂଆପଡା ଜିଲାରୁ ପ୍ରଥମକରି ସୁନାବେଡା ଅଭୟାରଣ୍ଯରୁ ଚକୋଟିଆ ଭୁଂଜିଆ ସଂପ୍ରଦାୟର ଦମ୍ପତି ଭୁଜବଲ ମାଝି ଓ ତାଙ୍କ ପତ୍ନି କୁଞ୍ଜବାଈ ମାଝିଙ୍କୁ ଦିଲ୍ଲୀ ରାଜପଥରେ ରାଜ ଅତିଥି ଭାବେ ଯୋଗଦେବା ପାଇଁ ନିମନତ୍ରଣ ଆସିଥିଲା । ଏହାକୁ ଗୁରୁତ୍ୱ ଦେଇ ଜିଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସୁନାବେଡାରେ ଚକୋଟିଆ ଭୁଞ୍ଜିଆଙ୍କ ଉନ୍ନତି ପାଇଁ କାମକରି ଆସୁଥିବା ସିବିଡିଏ ର ସ୍ୱତନ୍ତ୍ର ଅଧିକାରୀ ହିମାଂଶୁ କୁମାର ମହାପାତ୍ର ଗାଇଡ ଅଫିସର ଭାବେ ଭୁଞ୍ଜିଆ ଦମ୍ପତିକୁ ନେଇ ଦିଲ୍ଲୀ ଯାଇଥିଲେ । ଗତ୨୧ ତାରିଖ ଦିନ ଭୁଜବଲ ଓ ତାଙ୍କ ପତ୍ନି କୁଂଜବାଈ ନୂଆପଡାରୁ ରାୟପୁର ଯାଇ ସେଠାରୁ ବିମାନ ଯୋଗେ ଦିଲ୍ଲୀରେ ପହଁଚିଥିଲେ। ସେଠାରେ ୨୫ ତାରିଖରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ନିଜର ପରମ୍ପରା ଓ ଜୀବନଶୈଳି ଉପରେ ଅବଗତ କରିଥିଲେ । ପରେ ୨୬ତାରିଖରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀ ରାଜପଥରେ ଆତିଥ୍ଯ ଗ୍ରହଣ କରିଥିଲେ ।

tribal

ଦିଲ୍ଲୀ ସ୍ଥିତ ବିଭିନ୍ନ ଐତିହାସିକ ଓ କିର୍ତିରାଜୀ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣ କରିଥିଲେ । ଗତକାଲି ଦିଲ୍ଲୀରୁ ବିମାନ ଯୋଗେ ରାୟପୁରରେ ପହଂଚିଥିଲେ । ପରେ ସେଠାରୁ ଏକଗାଡିରେ ନୂଆପଡାକୁ ପହଂଚିଥିଲେ । ନୂଆପଡାରେ ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ଭେଟି ଶୁଭେଚ୍ଛା ଓ ଧନ୍ଯବାଦ ଜଣେଇଥିଲେ ପରେ ଭୁଞ୍ଜିଆ ଦମ୍ପତି ଗଣମାଧ୍ଯମ ପ୍ରତିନିଧିମାନଙ୍କୁ ଭେଟି ନିଜର ଗ୍ରସ୍ତକାର୍ଯ୍ଯକ୍ରମର ସମସ୍ତ ଅନୁଭୂତି ବଖାଣିଥିଲେ ।

ତେବେ ସେଠାରେ ନିଜର ୧୦ ଦିନର ଗ୍ରସ୍ତକାର୍ଯ୍ଯକ୍ରମ ଶେଷକରି ପୁଣି ଦିଲ୍ଲୀରୁ ବିମାନ ଯୋଗେ ଘରକୁ ଫେରିବା ସେମାନଙ୍କ ପାଇଁ ଏକ ନିଆରା ଅନୁଭୂତି ହୋଇପାରିଛି । ଯାହାକୁ ନେଇ ଭୁଞ୍ଜିଆ ଦମ୍ପତି ବେଶ ଉତ୍ସାହିତ । ସୁନାବେଡା ଭଳି ଦୁର୍ଗମ ଅଂଚଳର ଆଦିବାସୀମାନେ ଜଂଗଲର କନ୍ଦମୂଳ ଖାଇ ବଂଚୁଥିଲେ । ସମାଜର ମୂଖ୍ଯ ସ୍ରୋତରୁ ବହୁ ଦୂରରେ ରହିଥିଲେ । ବର୍ତମାନ ସରକାର ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହନ ଦେଇ ସେମାନଙ୍କ ଜୀବନଶୈଳିର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ଏହାସହ ଦିଲ୍ଲୀକୁ ଯାଇ ରାଷ୍ଟ୍ରପତି ଓ ପ୍ରଧାନମନତ୍ରୀଙ୍କୁ ଭେଟିବାର ସୈାଭାଗ୍ଯ ପାଇଥିବାରୁ ଭୁଞ୍ଜିଆ ଦମ୍ପତି ବେଶ ଗର୍ବିତ ବୋଲି କହିଛନ୍ତି । ଗତ ଗୁରୁବାର ଭୁଞ୍ଜିଆ ଦମ୍ପତି ନୂଆପଡା ପଡାରେ ପହଂଚିବା ପରେ ପ୍ରଥମେ ଜିଲାପାଳ ସ୍ୱାଗତ କରିଥିଲେ । ପରେ ଗତକାଲି ନିଜ ଜନ୍ମମାଟି ସୁନାବେଡାରେ ପହଂଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ବାଜା ସହ ଭବ୍ଯ ସ୍ୱାଗତକରି ନିଜ ଘରକୁ ପାଛୋଟି ନିଆଯାଇଥିଲା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.