Below header

ସଙ୍କଟରେ ଆଦାନୀ: ସଂସଦରେ ଝଡ଼, ଯୁଗ୍ମ ସଂସଦୀୟ କମିଟି ତଦନ୍ତ ପାଇଁ ବିରୋଧୀଙ୍କ ଦାବି

ନୂଆଦିଲ୍ଲୀ : ସଙ୍କଟରେ ଗୌତମ ଆଦାନୀ, ସଂସଦରେ ଝଡ । ବିରୋଧୀ ଦଳ ଗୁଡ଼ିକ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ତଦନ୍ତ ଦାବିରେ ଅଟଳ । ଆଦାନି ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ ଦାବି କରିଛନ୍ତି ବିରୋଧୀ । କୋଟି କୋଟି ଭାରତୀୟଙ୍କର କଷ୍ଟ ଅର୍ଜିତ ଉପାର୍ଜନକୁ ଆଦାନି ଗ୍ରୁପ୍‌ ବିପଦରେ ପକାଇ ଥିବା କଂଗ୍ରେସ ଅଭିଯୋଗ କରିଛି । ଆଦାନି ଗ୍ରୁପ୍‌ ସଙ୍କଟ ସଂକ୍ରାନ୍ତରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଜେପିସି ବା ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କରିଛନ୍ତି ।

ଜେପିସି ତଦନ୍ତ ନହେଲେ ସୁପ୍ରିମକୋର୍ଟ ତତ୍ୱାବଧାନରେ ତଦନ୍ତ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦାବି କରିଛନ୍ତି । ଆଦାନି ଗ୍ରୁପ୍‌ କମ୍ପାନି ବାବଦରେ ଧାରା ୨୬୭ ଅନୁସାରେ ଆଲେଚନା ପାଇଁ ସଂସଦରେ ସସପେନସନ୍‌ ଅଫ ବିଜନେସ ନୋଟିସ୍‌ ଦିଆଯାଇଛି । କିନ୍ତୁ ନୋଟିସକୁ ପ୍ରତ୍ୟାଖ୍ୟାନ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସୁଯୋଗ ଦେଉନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭା ଅଚଳ ହୋଇପଡ଼ିଥିଲା । ଉଭୟ ଗୃହ ସୋମବାର ଯାଏ ମୁଲଚବୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.