ପ୍ରସୂତୀଙ୍କ ମୃତ୍ୟୁ ପରେ ତାତିଲେ ପରିବାର ଏବଂ ସମ୍ପର୍କୀୟ, ନର୍ସିଂ ହୋମରେ କଲେ ଭଙ୍ଗା ରୁଜା

ସୋର (କେନ୍ୟୁଜ): ପ୍ରସୂତୀଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ପରିବାର ଓ ସମ୍ପର୍କୀୟଙ୍କ ନର୍ସିଂ ହୋମରେ କଲେ ଭଙ୍ଗା ରୁଜା । ଏଥିରେ ଏକ ଆମ୍ବୁଲାନ୍ସ, କାର, ନର୍ସିଂ ହୋମର ଅସ୍ତ୍ରୋପଚାର ଗୃହର ଯନ୍ତ୍ରପlତି ଭଙ୍ଗା ରୁଜା କରି ଲକ୍ଷା ଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି। ଏମିତି ଘଟଣା ଗତକାଲି ପୌରପାଳିକା ବାଲେଶ୍ବର ଗ୍ରାମରେ ଥିବା ଏକ ନର୍ସିଂ ହୋମରେ ଘଟିଛି।

ସୂଚନା ଅନୁସାରେ ସୋର ଥାନା ୱାଦା ଗ୍ରାମ ଘୋଡାମରା ଗ୍ରାମର ପ୍ରଶାନ୍ତ ମହନ୍ତଙ୍କ ସ୍ତ୍ରୀ ତୃପ୍ତିମୟୀ ସାହୁ ଡିସେମ୍ବର ୨୫ ତାରିଖରେ ଗର୍ଭ ଅସ୍ତ୍ରପୋଚାର ହୋଇଥିଲେ। ପରେ ତୃପ୍ତିମୟୀର ଅତ୍ୟlଧିକ ରକ୍ତ ସ୍ରାବ ହୋଇ ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରlଯାଇଥିଲା। ସେଠାରୁ ତୃପ୍ତିମୟିକୁ ଅତି ଗୁରୁତର ଅବସ୍ଥାରେ ଏମସରେ ଭର୍ତ୍ତି କରଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତୃପ୍ତିମୟୀ ମୃତ୍ୟୁ ପରେ ସୋର ପୌରପାଳିକା ବାଲେଶ୍ବର ଗ୍ରାମରେ ଥିବା ଏକ ନର୍ସିଂ ହୋମରେ ମୃତ ପ୍ରସୂତୀଙ୍କ ଉତ୍ତ୍ୟକ୍ତ ପରିବାର ଓ ସମ୍ପର୍କୀୟଙ୍କ ନର୍ସିଂ ହୋମରେ ଭଙ୍ଗା ରୁଜା କରିଛନ୍ତି।

ଏଥିରେ ଏକ ଆମ୍ବୁଲାନ୍ସ, କାର, ନର୍ସିଂ ହୋମର ଅସ୍ତ୍ରୋପଚାର ଗୃହର ଯନ୍ତ୍ରପାତି ଭଙ୍ଗା ରୁଜା କରି ଲକ୍ଷା ଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି। ଉତ୍ତେଜନା ସ୍ଥଳରେ ସୋର ସଦର ଥାନା ଆଇଆଇସି ଆର୍ତ୍ତତ୍ରାନ ସେଠୀ, ସିମୁଳିଆ ଥାନା ଆଇଆଇସି ଜୟନ୍ତ କୁମାର ବେହେରା ଓ ସୋର ଥାନା ଆଇଆଇସି ସୁଜାତା ଖମାରୀ ପହଞ୍ଚିଥିଲେ। ଏହା ପରେ ସୋର ତହସିଲଦାର ବସନ୍ତ ସାହାଣୀ ନର୍ସିଂ ହୋମକୁ ସିଲ କରିଦେଇ ଥିଲେ ।