ଗୋଡଭଙ୍ଗା ଘାଟି ରାସ୍ତାରେ ଓଲଟିଲା ବାଉଁଶ ବୋଝେଇ ଟ୍ରକ, ଚାପି ହୋଇ ରହିଗଲା ଡ୍ରାଇଭର

ଆନନ୍ଦପୁର (କେନ୍ୟୁଜ): ରାଜ୍ୟ ରାଜପଥ ୫୩ ନଂ ଗୋଡଭଙ୍ଗା ଘାଟି ନିକଟରେ ବାଉଁଶ ଟ୍ରକ ଦୁର୍ଘଟଣା ଗ୍ରସ୍ତ। ଘାଟିରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ଠିଆ ହୋଇଥିବା ଟ୍ରକ୍‌ ପଛରେ ଧକ୍କା ଦେଲା ବାଉଁଶ ବୋଝେଇ ଟ୍ରକ୍‌ । ଦୁର୍ଘଟଣା ପରେ ଗାଡିତଳେ ଫସି ରହିଛି ଡ୍ରାଇଭର । ଆନନ୍ଦପୁର ଥାନା ଗୋଡଭଙ୍ଗା ଘାଟିଠାରେ ଘଟିଛି ଦୁର୍ଘଟଣା । ଘାଟିର ରାସ୍ତାରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ଛିଡା ହୋଇଥିବା ଏକ ଲୁହାରଡ୍‌ ବୋଝେଇ ଟ୍ରକ ପଛପଟେ ଏକ ବାଉଁଶ ବୋଝେ ଟ୍ରକ୍‌ ର ଧକ୍କା ହୋଇଛି।

ଦୁର୍ଘଟଣା ପରେ ବାଉଁଶ ବୋଝେଇ ଟ୍ରକ୍‌ଟି ଓଲଟି ପଡିବାରୁ ଡ୍ରାଇଭର ଟ୍ରକ୍‌ ତଳେ ଗୁରୁତର ଅବସ୍ତାରେ ପ୍ରାୟ ୧ଘଣ୍ଟା ହେବ ଫସି ରହିଛନ୍ତି । ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ବ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଡ୍ରାଇଭରଙ୍କୁ ବାହାର କରାଯାଇପାରିନାହିଁ । ବାଉଁଶ ବୋଝେଇ ଟ୍ରକ୍‌ଟି ମୟୂରଭଂଜ ଜିଲ୍ଲା କୌଣସି ଏକ ସ୍ଥାନରୁ ବାହାରି ବାଲେଶ୍ୱର ଯାଉଥିବା ସମୟର ଏହି ଦୁର୍ଘଟଣା ଘଟିଛି। ଫସିରହିଥିବା ଡ୍ରାଇଭର ବିହାର ଅଞ୍ଚଳର ବିଭାସ ଜାଦବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.