ବ୍ୟାୟାମ ଦ୍ୱାରା ହ୍ରାସ କରାଯାଇ ପାରିବ ମେଟାଷ୍ଟାଟିକ କ୍ୟାନ୍ସର ବିପଦ, ଗବେଷଣାରୁ ହେଲା ସ୍ପଷ୍ଟ

ପରିବର୍ତ୍ତନ ଜୀବନଶୈଳୀ, ପ୍ରଦୂଷଣ ଓ ଅନିୟମିତ ଖାଦ୍ୟପେୟ ଯୋଗୁ ଗମ୍ଭୀର ରୋଗ ଜନ୍ମ ନେଇଥାଏ । ଏହା ଭିତରେ ସବୁଠୁ ଘାତକ ହେଉଛ କ୍ୟାନ୍ସର । ସାରା ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । କ୍ୟାନ୍ସର ଉପରେ ଗବେଷଣା ଜାରି ରହିଛି । କିପରି କ୍ୟାନ୍ସରକୁ ରୋକାଯାଇ ପାରିବ । ତେବେ ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ ନିୟମିତ ବ୍ୟାୟାମ କରିବା ଦ୍ୱାରା ମେଟାଷ୍ଟାଟିକ କ୍ୟାନ୍ସର ପ୍ରସାରକୁ ୭୨ ପ୍ରତିଶତ ରୋକାଯାଇ ପାରିବ ।

ଗବେଷକଙ୍କ ଅନୁଯାୟୀ ନିୟମିତ ବ୍ୟାୟାମ କରିବା ଦ୍ୱାରା ଭିତର ଅଂଗରୁ ଗ୍ଲୁକୋଜ ମାତ୍ରା କମିଯାଇଥାଏ । ଫଳରେ ଏହିଠାରେ ଟ୍ୟୁମରକୁ ମିଳୁଥିବା ଶକ୍ତି କମିଯାଏ । ଯାହାଦ୍ୱାରା ଟ୍ୟୁମର ଆଉ ବଢ଼ିପାରେ ନାହିଁ ଓ କ୍ୟାନ୍ସର ଆଶଙ୍କା ହ୍ରାସ ପାଇଥାଏ । ଗବେଷକମାନେ କହିଛନ୍ତି ଯେ ଏହି ଗବେଷଣାରୁ ବଡ଼ ଉପଲବ୍ଧି ମିଳିଛି । ଯାହା ମେଟାଷ୍ଟାଟିକ କ୍ୟାନ୍ସରକୁ ରୋକିପାରିବ । ଏହି ଗବେଷଣା ଉପଲବ୍ଧ ତଥ୍ୟ କ୍ୟାନ୍ସର ରିସର୍ଚ୍ଚ ଜର୍ଣ୍ଣାଲ ରେ ପ୍ରକାଶିତ ହୋଇଛି । କ୍ୟାନ୍ସର ଭିତରେ ମେଟାଷ୍ଟାଟିକ କ୍ୟାନ୍ସର ସବୁଠାରୁ ମାରାତ୍ମକ ଅଟେ ।

କ’ଣ ଏହି ମେଟାଷ୍ଟାଟିକ କ୍ୟାନ୍ସର

ମେଟାଷ୍ଟାଟିକ କ୍ୟାନ୍ସର ଅନ୍ୟ କ୍ୟାନ୍ସର ତୁଳନାରେ ଅଲଗା ଅଟେ । କାରଣ ଏହି କ୍ୟାନ୍ସର ଦ୍ୱାରା ଶରୀରର ଅନ୍ୟ ଅଂଶକୁ କ୍ୟାନ୍ସର ସଂକ୍ରମଣ ହୋଇଥାଏ । କ୍ୟାନ୍ସର ସେଲ ଭାଙ୍ଗିବା ପରେ ଏହା ରକ୍ତ ସହ ଅନ୍ୟ ଅଂଗକୁ ପ୍ରବାହିତ ହୋଇଥାଏ । ଫଳରେ ଶରୀରର ଅନ୍ୟ ଅଂଗକୁ ପ୍ରଭାବିତ କରିଥାଏ ।

କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ମୂଳ ମନ୍ତ୍ର ‘ବି ଆକ୍ଟିଭ, ବି ହେଲ୍‌ଦୀ’

ପ୍ରଫେସର ଲେବି ଓ ଡା. ଗ୍ରେପନର କୁହନ୍ତି ଯେ ଶାରୀରିକ ବ୍ୟାୟାମ ଦ୍ୱାରା କିଛି ପ୍ରକାର କ୍ୟାନ୍ସରକୁ ୩୫ ପ୍ରତିଶତ ରୋକାଯାଇ ପାରିବ । କାରଣ ଉଚ୍ଚ ତୀବ୍ରତାର ବ୍ୟାୟାମ ମେଟାଷ୍ଟାଟିକ କ୍ୟାନ୍ସର ବିପଦକୁ ୭୨ ପ୍ରତିଶତ ରୋକି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.