ପୁଣି ଲଜ୍ଜା, ପ୍ରଧାନଶିକ୍ଷକ ଜଙ୍ଗଲରେ କଲେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ

ପୁଣି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କୁଚିଣ୍ଡାରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍ମର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତ ୧୧ ତାରିଖରେ ଛାତ୍ରୀ ଜଣକ ବସଷ୍ଟାଣ୍ଡରୁ କଲେଜକୁ ଯାଉଥିବା ବେଳେ ଜଣେ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରମୋଦ ଖର୍ସେଲ କଲେଜରେ ଛାଡ଼ିଦେବାକୁ କହିଥିଲେ। ରାସ୍ତାରେ ଯାଉଥିବା ସମୟରେ ଆଲବମ୍‌ ପ୍ରଡ୍ୟୁସର ତଥା ହାଇସ୍କୁଲ ଶିକ୍ଷକ ପ୍ରମୋଦ ଖର୍ସେଲ କଲେଜ ଛାଡି ଦେବି କହି ବାଇକ୍‌ରେ ବସାଇ ନେଇଥିଲା। ପରେ କମଡେି ସୁଟିଙ୍ଗ ଦେଖାଇବା ବାହାନା କରି ଜଙ୍ଗଲକୁ ନେଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ୧୬ ତାରିଖ କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ କରି ଅଭିଯୁକ୍ତ ପ୍ରମୋଦ ଖର୍ସେଲକୁ ଗିରଫ କରାଯାଇଥିବା କୁଚିଣ୍ଡା ଏସଡିପିଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.