ବାଉଁଶ ପାତିଆ ଓ କଣ୍ଟା ଜାତୀୟ କାଠିରେ ନିଆରା ଗଣେଶ ମୂର୍ତ୍ତି, ଦେଖିଲେ ଆଖି ଲାଖିଯିବ

କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଜୁନାଗଡ ବଜାରପଡା ଶିବ ଶଙ୍କର କ୍ଲବ ସବୁ ବେଳେ ଏକ ନୂଆ ରୁପରେ ଗଣେଶ ଠାକୁରଙ୍କ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ରହିଥାଏ। କେଉଁ ବର୍ଷ କାଚ ବୋତଲରେ ମୂର୍ତ୍ତି ତିଆରି କରିଥାନ୍ତି ତ ପୁଣି କେଉଁ ବର୍ଷ କାଚ ଚୁଡିରେ। ଏଭଳି ଭାବରେ ପ୍ରାୟ ୨୫ ବର୍ଷ ହେଲା , ଓସ୍ତ ପତ୍ର , ଧାନ ପଲ୍ଲା , କାଗଜଫୁଲ , ସେଓ ଫଳ , ଭଳି ବିଭିନ୍ନ ସାମଗ୍ରୀକୁ ନେଇ ଗଣେଷଙ୍କ ମୂର୍ତ୍ତି ତିଆରି କରିଆସୁଛନ୍ତି ।

ଚଳିତବର୍ଷ ପୁଣି ଏକ ନୂଆ ରୂପରେ ଗଣେଷ ମୂର୍ତ୍ତି ତିଆରି କରି ଶ୍ରଦ୍ଧାଳୁଙ୍କ ମନ ଜିଣି ପାରିଛନ୍ତି । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ବାଉଁଶ ପାତିଆ ଓ ଏକ କଣ୍ଟା ଜାତୀୟ କାଠିରେ ଗଣେଷଙ୍କ ମୂର୍ତ୍ତି ତିଆରି କରିଛି ଏହି ଅନୁଷ୍ଠାନ । ଏହି ଅନୁଷ୍ଠାନର ମୂର୍ତ୍ତି କଳାକାର ପୁରୁଷୋତମ କଟା , ତାଙ୍କ ହାତର କୋମଳ ପରଷରେ ପ୍ରତିବର୍ଷ ନୂଆଁ ନୂଆଁ ନିଆରା ଗଣେଷ ମୂର୍ତ୍ତି ତିଆରି କରିଆସୁଛନ୍ତି ।

ସେ ପେଷା ରେ ଜଣେ ବ୍ୟବସାୟୀ, ହେଲେ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ସହଯାଗରେ ପ୍ରତି ବର୍ଷ ଏଭଳି ଗେଣଶଙ୍କ ମୂର୍ତ୍ତି ତିଆରି କରି ସହର ରେ ବେସ ପ୍ରଶଂଶାର ପାତ୍ର ହୋଇପାରିଛନ୍ତି । ଏହି ବଜାର ପଡା ଶିବ ଶଙ୍କର କ୍ଲବ ସବୁ ବେଳେ ଜୁନାଗଡ ତଥା ଆଖପାଖ ଅଂଚଳରେ ଚର୍ଚ୍ଚାରେ ରହିଥିବା ବେଳେ, ଗଣେଶ ଠାକୁରଙ୍କ ନିଆରା ଦର୍ଶନ ଲାଭ କରି ଶ୍ରଦ୍ଧାଳୁ ମଧ୍ୟ ବହୁ ଖୁସି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.