Below header

ଗାଉଁଲି ଫୋଟୋ ଗ୍ରାଫରରୁ ସିଧା ଜିଲ୍ଲା ପରିଷଦ ସଭ୍ଯ, ନିଜ କଠିନ ପରିଶ୍ରମ ପାଇଁ ହାସଲ କରିପାରିଛନ୍ତି ଏହି ସଫଳତା

ନୟାଗଡ(କେନ୍ଯୁଜ୍): ଲକ୍ଷ ଲକ୍ଷ ପରିବାର ର ସାହା,ଭରଷା, କୋଟି ଓଡିଆ ଜାତିର ସ୍ବାଭିମାନ , ବିଶ୍ବ ପରିଚିତ ବିଶ୍ବର ସର୍ବଶ୍ରେଷ୍ଠ ଆଦିବସୀ ଜନଜାତିର ପ୍ରାଣକେନ୍ଦ୍ର କିସ୍। ଯେଉଁଠି ସହ ସହ ଛାତ୍ରଛାତ୍ରୀ ମାନଙ୍କର ଭାଗ୍ଯ ବଦଳି ଯାଇଛି, ସେଇଠି ପାଠ ପଢି ନିଜର ପରିଚୟ ସୃଷ୍ଟି କରିଛନ୍ତି ରାଜନୀତି କ୍ଷେତ୍ରରେ । ଗାଉଁଲି ଫୋଟୋ ଗ୍ରାଫର ରୁ ଏବେ ଜିଲ୍ଲା ପରିଷଦ ସଭ୍ଯ । ଦଶପଲା ନିର୍ବାଚନ ମଣ୍ଡଳୀ ୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ଯ ହରିଶଚନ୍ଦ୍ର ଯାନୀ ।

ଅଭାବ ଅନଟନ ଭିତରେ ବଢି ଗାଁ ଆଶ୍ରମ ଉଚ୍ଚ ବିଦ୍ୟାଳୟ ରୁ ଦଶମ ଶ୍ରେଣୀ ପାସ କଲେ । ତାପରେ ଘରୁ କିଛି ଟଙ୍କା ନେଇ ଏକ କ୍ଯାମେରା କିଣି ଗାଁ ଗାଁ ବୁଲି ଫୋଟୋ ଉଠେଇ ନିଜର ଜୀବନ ଜୀବିକା ଆରମ୍ଭ କରିଥିଲେ । ଏକ ବାହାଘରରେ ଜଣେ ପୁରୋହିତ ଭେଟ ହୋଇ କିସ୍ କଲେଜ ବିଷୟରେ ହରୀଙ୍କୁ କହିଥିଲେ । ଯାହାପରେ ଯୋଗାଯୋଗ କରି ହରି ପହଁଚିଥିଲେ କିସରେ। ଯୁକ୍ତ ଦୁଇ ପାଠ ପଢିବାର ସୁଯୋଗ ପାଇଥିଲେ ସେଠାରେ । ପରେ ଗ୍ରାଜୁଏସନ ସାରି କୀଟରେ ଏମବିଏ ପାଠ ପଢିଲେ । ଲକ୍ଷ ଥିଲା ନିଜେ କିଛି କରିବେ।

son

୨୦୧୬ ମସିହାରେ କିସ ,କିଟ ରୁ ପାଠ ପଢି ସାରି ଗାଁରେ କୋଡିଏ ହଜାର ଟଙ୍କାରେ ଦେଶୀ କୁକୁଡା ଚାଷ କରିଥିଲେ । ଏଥିସହ ବାଡିରେ ଫାର୍ମ କରି କଦଳୀ,ଦେଶୀ ଅମୃତ ଭଣ୍ଡା ଚାଷ କରି ସଫଳ ଯୁବ ଚାଷୀ ପାଲଟି ଗଲେ । ହଠାତ ହରିଶଚନ୍ଦ୍ରଙ୍କୁ ଦଶପଲା ବିଧାୟକ ଡାକି ଜିଲ୍ଲା ପରିଷଦ ନିର୍ବାଚନ ଲଢିବା ପାଇଁ କହିଥିଲେ । ଏଥିସହ କନ୍ଧମାଳ ସାଂସଦ ମଧ୍ୟ ହରିଙ୍କୁ ନିର୍ବାଚନ ଲଢିବା ପାଇଁ ପ୍ରେରଣା ଦେଇଥିଲେ । ବିଜୁ ଜନତା ଦଳ ରୁ ଟିକେଟ ପାଇ ,ଦଶପଲା ନିର୍ବାଚନ ମଣ୍ଡଳୀର ୯ ନମ୍ବର ଜୋନ ରୁ ଜିଲ୍ଲା ପରିଷଦ ସଭ୍ଯ ରୂପେ ଲଢିଥିଲେ । ଆଉ ନୟାଗଡ ଜିଲ୍ଲାରେ ସର୍ବାଧିକ ଭୋଟ ବ୍ଯବଧାନ ରେ ମଧ୍ୟ ଜିତିଥିଲେ ହରିଶଚନ୍ଦ୍ର ।

ହରିଙ୍କ ମା ମଧ୍ୟ ବହୁତ ଖୁସି ଅଛନ୍ତି ପୁଅର ସଫଳତା ପାଇଁ । ଦୁଇ ଭାଇ ଏବଂ ଗୋଟିଏ ଭଉଣୀ । ହରି ବଡ ହୋଇଥିବା ବେଳେ, ତାଙ୍କ ସାନ ଭାଇ ମଧ୍ୟ କିସ ରେ ପାଠ ପଢୁଛନ୍ତି । ଉଚ୍ଚ ଶିକ୍ଷିତ ହରିଶ୍ଚନ୍ଦ୍ର ନିଜର ଆଦର୍ଶ ରୂପେ ଶିକ୍ଷାବିତ କନ୍ଧମାଳ ସାଂସଦ ଅଚୁତାନନ୍ଦ ସାମନ୍ତ ଙ୍କୁ ମାନି ଆସିଛନ୍ତି। ଗରିବ ଘରେ ଜନ୍ମ ହୋଇଥିବା ହରି ନିଜ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି । ସତ କଥା ହେଲା ମନବଳ ଦ୍ରୁଢ ଥିଲେ ସମୟ ସହିତ ପରିସ୍ଥିତି ବି ବଦଳିବ । ଯାହା ସମ୍ଭବ କରି ଦେଖାଇଛନ୍ତି ହରିଶଚନ୍ଦ୍ର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.