Below header

ରଜରେ ଏଭଳି ଚରମ ନିଷ୍ପତ୍ତି ନେଲେ ସଂଗୀତା, ଫ୍ୟାନ୍‌ରେ ଓଢ଼ଣୀ ଲଗାଇ ଝୁଲି ପଡ଼ିଲେ

ଭଦ୍ରକ (କେନ୍ୟୁଜ୍‌) : ରଜରେ ଯୁବତୀଙ୍କ ଝୁଲନ୍ତା ଅଵସ୍ଥାରେ ମୃତ ଦେହ ଉଦ୍ଧାର। ଭଦ୍ରକ ଟାଉନ ଥାନା ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ଅଵସ୍ଥାରେ ମୃତଦେହ ଉଦ୍ଧାର କରିଛି ଟାଉନ ପୋଲିସ। ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଏହି ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ୍‌ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଯୁବତୀ ଜଣକ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଂଗୀତ ପୃଷ୍ଟି।

ସଂଗୀତା ଏହି ଭଡ଼ା ଘରେ ଅନ୍ୟ ତିନି ଜଣଙ୍କ ଦୀର୍ଘ ଦିନ ହେଲା ରହି ଆସୁଥିଲେ। ରଜ ପାଇଁ ସମସ୍ତେ ଘରକୁ ଚାଲି ଯାଇଥିବା ବେଳେ ସଂଗୀତା ଏକୁଟିଆ ରହୁଥିଲେ। ସେ ଏଠାରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଵେଳେ କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିଲେ। ଗତକାଲି ଅପରାହ୍ନରେ ମଧ୍ୟାହ୍ନ ଭୋଜନ ସାରି ରୁମ୍‌ ଭିତରେ ଥିଲେ । ତେବେ ସଂଧ୍ୟା ଵେଳେ ଭିତର ପଟୁ କବାଟ ନଖୋଲିଵାରୁ ଘର ମାଲିକଙ୍କର ସନ୍ଦେହ ହୋଇଥିଲା। ଯେତେ ଡାକ ପକାଇଥିଲେ ମଧ୍ୟ ସଂଗୀତା କବାଟ ଖୋଲି ନଥିଲେ।

ପରେ ସ୍କାଇଲାଇଟ ବାଟେ ଦେଖିବା ବେଳକୁ ଫ୍ୟାନରେ ଓଢଣୀ ଲଗାଇ ସଂଗୀତା ଝୁଲୁଥିବା ଦେଖିବାକୁ ମିଳିଥିଲା। ଟାଉନ ପୋଲିସକୁ ଖଵର ଦେବାରୁ ପୋଲିସ ଆସି ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣାକୁ ନେଇ ଅନେକ ଆଲୋଚନା ହେଉଛି । ତେବେ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କି ପ୍ରେମରେ ନିରାଶ ଓ ନିର୍ଯାତିତା ହୋଇ ସଂଗୀତ ଏଭଳି ଚରମ ପଦକ୍ଷେପ ନେଇଛି। ଭଦ୍ରକ ଟାଉନ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ଅନ୍ୟପକ୍ଷରେ ଘଟଣା ଘଟିଥିବା ଘରର କିଛି ଦୂରରୁ ଭଦ୍ରକ ଟାଉନ ପୋଲିସ ଏକ ବାଇକ୍‌ ଜବତ କରିଛି । ବାଇକ୍‌ଟି ସଂପୃକ୍ତ ଯୁବକଙ୍କର ବୋଲି ଅନୁମାନ କରାଯାଉଛି । ପ୍ରଥମ ରଜ ଦିନ ଅପରାହ୍ନରେ ସେ ଆସିଥିଲେ ଏବଂ ସଂଗୀତାଙ୍କ ସହିତ ତାଙ୍କର ବୋଧହୁଏ ଗଣ୍ଡଗୋଳ ହୋଇଛି । ଏହାପରେ ଏଭଳି କିଛି ଘଟିଛି ଯାହା ପରେ ଯୁବକ ଜଣକ ସେଠାରୁ ବାଇକ୍‌ ଛାଡ଼ି ଫେରାର ହୋଇ ଯାଇଥିଲା । ପୀତାମ୍ବର ନାମକ ଏହି ଯୁବକର ବାଇକ୍‌ ଜବତ କରି ତାକୁ ପୋଲିସ୍‌ ଖୋଜୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.