Below header

ଖରାରେ ବସି ଉର୍ବଶୀ ନେଲେ ‘MUD Bath’, ଫ୍ଯାନ ଦେଖି ହେଲେ ପାଗଳ

ବଲିଉଡର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଉର୍ବଶୀ ରୌତେଲାଙ୍କ ନାଁ ଆସେ। ଫିଲ୍ମ ସହିତ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି ଉର୍ବଶୀ। ନିଜ ଫ୍ଯାନଙ୍କ ସହିତ ହଟ୍, ସେକ୍ସି ଫଟୋ ସେୟାର କରନ୍ତି। ଉର୍ବଶୀ ଜୁନ୍ ୧୪ରେ ଇନଷ୍ଟାଗ୍ରାମରେ ନିଜର ‘MUD BATH’ ଫଟୋ ସେୟାର କରିଥିଲେ, ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଉର୍ବଶୀ ରୌତେଲା ଫଟୋର କ୍ୟାପସନରେ ଲେଖିଛନ୍ତି, କ୍ଲିଓପେଟ୍ରା ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯିଏ କାଦୁଅ ସ୍ନାନକୁ ପସନ୍ଦ କରୁଥିଲେ। ଏଥିରେ ଆଧୁନିକ ପ୍ରଶଂସକମାନେ ଯୋଗଦାନ କରିପାରିବେ । ତେବେ ଉର୍ବଶୀ ନିଜର ଷ୍ଟାଇଲ ଅନ୍ଦାଜ ଏବଂ ମହାଙ୍ଗା ପୋଷାକ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଗତ କିଛି ଦିନ ପୂର୍ବରୁ ଉର୍ବଶୀ ନିଜର ଗାଉନ ପାଇଁ ଚର୍ଚ୍ଚାରେ ଥିଲେ ।

ସୂଚନାଯୋଗ୍ଯ, ଉର୍ବଶୀ ରୌତେଲା ଶେଷ ଥର ପାଇଁ ‘ଭର୍ଜିନ୍ ଭାନୁପ୍ରିୟା’ରେ ନଜର ଆସିଥିଲେ । ସେ ଖୁବଶୀଘ୍ର ‘ବ୍ଲାକ୍ ରୋଜ’ରେ ନଜର ଆସିବେ । ଏହା ଏକ ଥ୍ରୀଲର ଫିଲ୍ମ । ଏହାକୁ ହିନ୍ଦୀ ଓ ତେଲୁଗୁରେ ରିଲିଜ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.