କୋଭିଡ ସମୟରେ କ୍ୟାନ୍ସର ରୋଗୀଙ୍କୁ ଭେଟିଲେ ସୋନୁ, ଭିଡିଓ ହେଲା ଖୁବ ଭାଇରାଲ

ଗତ ବର୍ଷ କରୋନା କାଳରୁ ସୋନୁ ସୁଦ ଭଗବାନ ସାଜି ଲୋକଙ୍କ ସାହାଯ୍ୟ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ଏହାରି ମଧ୍ୟରେ ସାରା ଦୁନିଆରେ ତାଙ୍କ ଫ୍ୟାନ ଫଲୋର୍ସ ମଧ୍ୟ ବଢ଼ିଯାଇଛନ୍ତି । ଏବେ ତାଙ୍କ ସହ ଭେଟ ହେବା ପାଇଁ ତାଙ୍କ ଘର ଆଗରେ ଲୋକ ଲମ୍ବା ଲାଇନ କରୁଛନ୍ତି । ତେବେ ସମସ୍ୟା ଘେରରେ ଥିବା ଲୋକମାନେ ମଧ୍ୟ ସୋନୁଙ୍କ ପାଖକୁ ଆସୁଛନ୍ତି । ଲୋକଙ୍କ ଚାକିରୀ ଦେବାରେ ମଧ୍ୟ ସାହାଯ୍ୟ କରୁଛନ୍ତି ।

ଏହାରି ମଧ୍ୟରେ ସୋନୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ଜଣେ କ୍ୟାନ୍ସର ରୋଗୀ ତାଙ୍କ ପାଖକୁ ସାହାଯ୍ୟ ପାଇଁ ଆସିଥିଲେ । ଅଭିଷେକ ନାମକ ଏହି ବ୍ୟକ୍ତି ଜଣକ ସୋନୁଙ୍କୁ ଦେଖିବା ପାଇଁ ଆସିଥିଲା । ପରେ କାନ୍ଦି କାନ୍ଦି ତାଙ୍କ ପାଦ ଛୁଇଁଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ୨୩ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି ।

 

View this post on Instagram

 

A post shared by Sonu Sood (@sonu_sood)

ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଦ ଯେଉଁଭଳି ଭାବେ ଲୋକଙ୍କ ପାଖକୁ ଯାଉଛନ୍ତି । ତାହା ଖୁବ ପ୍ରଂଶସାର କାମ । କୋଭିଡ ସମୟରେ ନିଜ ଲୋକ ପର କରିଦେଉଥିବା ସମୟରେ ବାହାର ଲୋକଠୁ ସାହାଯ୍ୟ ପାଇବା ନିଶ୍ଚିତ ଭାବେ ବଡ଼ କଥା । ଏହାରି ମଧ୍ୟରେ ସୋନୁ ଅନେକ ପ୍ରଶଂସାର ପାତ୍ର ହୋଇଥିବା ସହ ଜୀବନ୍ତ ଭଗବାନ ରୂପେ ମାନି ତାଙ୍କୁ ଅନେକ ସମ୍ମାନ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.