Below header

ଶ୍ରୀରାମଙ୍କ ଅନନ୍ୟ ଭକ୍ତ, ୧୧୦୦କିମି ଚାଲି ଚାଲି ଅଯୋଧ୍ୟା ଅଭିମୁଖେ ଆରମ୍ଭ କରିଛନ୍ତି ଯାତ୍ରା

ଆଗେଇ ଚାଲିଛି ପାଦ। ମୁକୁଳା ପାଦକୁ କାନ୍ଧରେ ବ୍ୟାଗ୍ ଖଣ୍ଡେ ଧରି ନିଜ ଲକ୍ଷ ପଥରେ ବାହରିଛନ୍ତି ଯୁବକ । ମନରେ ଭକ୍ତି ଆଉ କିଛି କରିଦେଖାଇବାର ଇଚ୍ଛା ଶକ୍ତି ଆଜି ତାଙ୍କୁ ଭିଡି ନେଉଛି ରାମ ଭୂମି ଅଯୋଧ୍ୟାକୁ । ଶ୍ରୀରାମଙ୍କ ଅନନ୍ୟ ଭକ୍ତ। ପାଦରେ ଚାଲି ଚାଲି ଶ୍ରୀରାମଙ୍କ ଦର୍ଶନ ପାଇଁ ସେ କରିଛନ୍ତି ପଣ ।

ନୟାଗଡ(କେନ୍ୟୁଜ୍): ଆଗେଇ ଚାଲିଛି ପାଦ। ମୁକୁଳା ପାଦକୁ କାନ୍ଧରେ ବ୍ୟାଗ୍ ଖଣ୍ଡେ ଧରି ନିଜ ଲକ୍ଷ ପଥରେ ବାହରିଛନ୍ତି ଯୁବକ । ମନରେ ଭକ୍ତି ଆଉ କିଛି କରିଦେଖାଇବାର ଇଚ୍ଛା ଶକ୍ତି ଆଜି ତାଙ୍କୁ ଭିଡି ନେଉଛି ରାମ ଭୂମି ଅଯୋଧ୍ୟାକୁ । ଶ୍ରୀରାମଙ୍କ ଅନନ୍ୟ ଭକ୍ତ। ପାଦରେ ଚାଲି ଚାଲି ଶ୍ରୀରାମଙ୍କ ଦର୍ଶନ ପାଇଁ ସେ କରିଛନ୍ତି ପଣ।

ଏଇ ଦୁନିଆରେ ସମସ୍ତେ ନିଜ ନିଜ କାମରେ ବ୍ଯସ୍ତ। କାହା ପାଇଁ କାହା କଥା ଭାବିବାକୁ ଆଉ ସମୟ ନାହିଁ। ଏତେ ବ୍ଯସ୍ତତର ଭିତରେ ପରିବେଶ,ଧର୍ମ, ସଂସ୍କୃତି କଥା ଭାବିବା ତ ବହୁ ଦୁରର କଥା। କାମକର,ଟଙ୍କା କମାଅ, ଖାଅ ପିଅ, ମଉଜ କର । ବାସ୍ ଏତିକିରେ ସିମିତ ରହିଯାଇଛି ଆମ ଚିନ୍ତାଧାରା। ଖାସ୍ କରି ଆଜିକାଲିର ଯୁବପୀଢିଙ୍କ କଥା ତ ନକହିବା ଭଲ । ହେଲେ କୁହାଯାଏ ନା ପାଞ୍ଚ ଆଙ୍ଗୁଳି ସମାନ ନୁହେଁ । ଯେମିତି କି ଏଇ ଯୁବପୀଢିଙ୍କ ଭିତରୁ ଏଇ ଯୁବକ ଜଣକ ।

ଦୀର୍ଘ ୧୧୦୦କିମି ଚାଲି ଚାଲି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବେ ଏହି ଓଡ଼ିଆ ଯୁବକ । ଖୋର୍ଦ୍ଧା ଜିଲ୍ଲା ବରୁଣେଇ ସୀତାକୁଣ୍ଡରୁ ପାଣି ଓ ମାଟି ନେଇ ଅଯୋଧ୍ୟା ଆଡ଼କୁ ଅଗ୍ରସର ହେଉଛନ୍ତି ଖୋର୍ଦ୍ଧାର ଯୁବକ ମନୋଜ କୁମାର ବେହେରା । ହାତରେ ପତାକା ଏବଂ ଶ୍ରୀରାମଙ୍କ ବସ୍ତ୍ର ପରିଧାନ କରି ପାଦରେ ଚାଲି ଚାଲି ଯାତ୍ରା ଆରମ୍ଭ କରିଛନ୍ତି।

ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବାକୁ ୧୧୦୦ କି.ମି ପଦଯାତ୍ରା କରୁଛନ୍ତି ଏହି ଯୁବକ। ୩୦ ଦିନର ଯାତ୍ରାରେ ସେ ଗତ ବୁଧବାର ଠାରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଗତକାଲି ନୟାଗଡ଼ ଜିଲ୍ଲା ଦେଇ ଆଗକୁ ଅଗ୍ରସର ହେଉଛନ୍ତି । ନୟାଗଡ଼ ଜିଲ୍ଲା କଣ୍ଟିଲୋ ଠାରେ ଆଶ୍ରୟ ନେବା ପରେ ପୁଣି ଆଜିଠାରୁ ଯାତ୍ରା ଆରମ୍ଭ କରିବେ।ରାସ୍ତା ସାରା ସମସ୍ତେ ତାଙ୍କୁ ଭବ୍ୟ ସ୍ବାଗତ କରୁଛନ୍ତି ମନୋଜଙ୍କୁ ।

ଆଜିକାଲି ଯୁବପୀଢିଙ୍କ କଥା ଚିନ୍ତା କଲେ ଥରେ । ଗୋଟେ ପଟେ ପବ୍ , ପାର୍ଟି କରିବାରେ ସେମାନଙ୍କୁ ଫିରସତ୍ ନଥିବାବେଳେ, ଏହି ଯୁବକଙ୍କ ଜୋସ୍ ମାନିବାକୁ ପଡିବ । ସତରେ ମାନିବାକୁ ପଡିବ ଯୁବକଙ୍କ ନିଆରା ଚିନ୍ତାଧାରାକୁ । ଯାହା ଏ ସମାଜ ପାଇଁ ବଡ ଏକ ଉଦାହରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.