ଜମିଜମା ବିବାଦକୁ କେନ୍ଦ୍ରକରି ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିଷ ପିଇଲେ ଯୁବକ

ବାସୁଦେବପୁର (କେନ୍ୟୁଜ):ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆର୍ତ୍ତୁଂ ପଞ୍ଚାୟତ ଆର୍ତ୍ତୁଂ ଗ୍ରାମର ବୃନ୍ଦାବନ ଦାସଙ୍କ ପରିବାର ଓ ପଡୋଶୀଙ୍କ ମଧ୍ୟରେ ଜମିଜମାକୁ ନେଇ ଗଣ୍ତଗୋଳ ଲାଗିଆସୁଥିଲା । ଭଦ୍ରଲୋକଙ୍କ ନିଷ୍ପତି ଅନୁଯାଇ ଉଭୟ ପରିବାରର ସରକାରି ମାପ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଦୀର୍ଘ ୬ ମାସ ହେବ ତହସିଲ କାର୍ଯ୍ୟାଳୟକୁ ଦଉଡି ଦଉଡି ନୟାନ୍ତ ହୋଇଯାଇଥିଲେ ବୃନ୍ଦାବନଙ୍କ ପରିବାର ଲୋକ ।

ଗତକାଲି ଉକ୍ତ ଜମିରେ ସରକାରି ମାପ ହେବାକୁ ଥିବାବେଳେ କେହି ତହସିଲ କର୍ମଚାରୀ ମାପିବାକୁ ଯାଇନଥିଲେ। ଫଳରେ ଆଜି ବୃନ୍ଦାବନ ଓ ତାଙ୍କ ପୁଅ ଶିବାଜି ତହସିଲ ପଚାରିବାକୁ ଆସିଥିବା ବେଳେ ତହସିଲ କର୍ମଚାରି ବୃନ୍ଦାବନକୁ ଭିତରକୁ ଛାଡିନଥିଲେ। ଶେଷରେ ବାଧ୍ୟ ହୋଇ ବ୍ତନ୍ଦାବନର ପୁଅ ଶିବାଜି ହାତରେ ଧରିଥିବା ବିଷ ବୋତଲ ଖୋଲି ପିଇ ଦେଇଥିଲା ତହସିଦାରଙ୍କ କର୍ଯ୍ୟାଳୟ ଆଗରେ ପରେ ତହସିଲକୁ କର୍ଯ୍ୟାଳୟକୁ ଆସିଥିବା ଲୋକେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ। ଏଠାରେ ଶିବାଜି ଅବସ୍ତା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ସ୍ଥାନାନ୍ତର କରିଥିଲେ। ଯଦି ମୋ ପୁଅର କିଛି ହୋଇଯାଏ ସେଥିପାଇଁ ତହସିଲଦାର ଦେଇ ରହିବେ ବୋଲି କହିଛନ୍ତି ଗୁରୁତରଙ୍କ ମା । ଅନ୍ୟପଟେ ବର୍ତ୍ତମାନ ବର୍ଷା ଦିନ କେମିତି ମାପ କରାଯାଇ ପାରିବ ସମୟ ହେଲେ ମାପ ହେବା ସହିତ କଣ ବିଷ ପିଇ ଦେଲେ ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି ତହସିଲଦାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.