ଲକ୍‌ଡାଉନ୍‌ରେ ୧୩ ଲକ୍ଷରୁ ଅଧିକ ଖାଦ୍ୟ ପୁଡ଼ିଆ ବାଣ୍ଟିଛି ପୂର୍ବତଟ ରେଳବାଇ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଲକ୍‌ଡାଉନ ସମୟରେ ପୂର୍ବତଟ ରେଳପଥ ଅଧୀନସ୍ଥ ଅଞ୍ଚଳରେ ବିଭାଗ ପକ୍ଷରୁ ୧୩ ଲକ୍ଷ ୩୬ ହଜାର ମାଗଣା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି । ମେ ମାସ ୨ ତାରିଖରୁ ଜୁନ ୧୪ ତାରିଖ ମଧ୍ୟରେ ଭାରତୀୟ ରେଳବାଇ କ୍ୟାଟରିଂ ଓ ଟୁରିଜିମ କର୍ପୋରେସନ ସହାୟତାରେ ୧୧ ଲକ୍ଷ ୪ ହଜାର ମାଗଣା ଖାଦ୍ୟ ପୁଡ଼ିଆ ଯୋଗାଇ ଦିଆଯାଇଛି ।

ମାର୍ଚ୍ଚ ମାସ ୨୭ ତାରିଖରୁ ମେ ୨ ତାରିଖ ମଧ୍ୟରେ ବିଭିନ୍ନ ଷ୍ଟେସନମାନଙ୍କରେ ସ୍ଥାନୀୟ ଗରିବ ଓ ଦୁସ୍ଥ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି । ରେଳବାଇ ସୁରକ୍ଷା ବଳ, ଆଇଆରସିଟିସି ଏବଂ ବହୁ ବେସରକାରୀ ସଂସ୍ଥା ଓ ଏନଜିଓମାନଙ୍କ ସହାୟତାରେ ପ୍ରାୟ ୨ ଲକ୍ଷ ୩୨ ହଜାର ଖାଦ୍ୟ ପୁଡିଆ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.