Below header

ଏମ୍‌. ରାମପୁର: ୩ ମାସ ପରେ ଗୁଜୁରାଟରୁ ଫେରାର ଧର୍ଷଣ ଅଭିଯୁକ୍ତ ଗିରଫ

କଳାହାଣ୍ଡି(କେନ୍ୟୁଜ୍‌) : ୩ ମାସ ପରେ ଜଣେ ଧର୍ଷଣ ଅଭିଯୁକ୍ତକୁ ଦାଦରା ଓ ନଗର ହାବେଳୀ ର ସିଲଭାସାରୁ ଗିରଫ କରିଛି କଳାହାଣ୍ଡି ପୋଲିସ । ଉକ୍ତ ଅଭିଯୁକ୍ତ ଗତ ମଇ ମାସ ୫ ତାରିଖରେ ଜଣେ ୧୫ ବର୍ଷୀୟା ଝିଅକୁ ଧର୍ଷଣ କରିଥିବା ନେଇ ଏମ୍‌ ରାମପୁର ଥାନରେ ଅଭିଯୋଗ ହୋଇଥିଲା ।

ଏ ସମ୍ପର୍କରେ ଗତ ୧୪-୦୫ ୨୦୨୧ ରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ବିଡାବାରୁ ଗ୍ରାମର ଗବନା ମାଝିଙ୍କ ପୁଅ ଅଭିଯୁକ୍ତ ପିଙ୍କୁ(୧୯) ଫେରାର ହୋଇଯାଇଥିଲା ।

କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଏମ ରାମପୁର ପୋଲିସ ଅଭିଯୁକ୍ତକୁ ସ୍ଥାନୀୟ ପୋଲିସ ସହାୟତାରେ ଦାଦରା ଓ ନଗର ହାବେଳୀ ର ସିଲଭାସାରୁ ଗତ ୨୦ ତାରିଖରେ ଗିରଫ କରିଥିଲା । ଆଜି ତାକୁ ସ୍ଥାନୀୟ କୋର୍ଟରେ ଦାଖଲ କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.