ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟା ୩୦ରୁ ସର୍ବ ସାଧାରଣ ଦର୍ଶନ ବନ୍ଦ

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକ ଶ୍ରୀବିଗ୍ରହଙ୍କ ବନକଲାଗି କରିବେ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ । ଏଥିପାଇଁ ଅପରାହ୍ନ ୪ଟା ୩୦ରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।

ସେପଟେ ଆଜି ୩ୟ ଦିନରେ ଚାଲିଛି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ । ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପ୍ରାୟ ୪ମାସ ପରେ ଭକ୍ତ ଓ ଭଗବାନଙ୍କ ହୋଇଛି ମିଳନ । ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ବୃଦ୍ଧ ଓ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିଛି ପ୍ରଶାସନ । ସମସ୍ତେ କୋଭିଡ୍‌ କଟକଣା ମାନିବା ସହ ସାମାଜିକ ଦୂରତା ବଜାୟ ରଖି ଦର୍ଶନ କରୁଛନ୍ତି। ମନ୍ଦିର ପରିସରରେ କୌଣସି ମୂର୍ତ୍ତି ସ୍ପର୍ଶକୁ ବାରଣ ରହିଛି । ମନ୍ଦିର ଭିତରକୁ ଫୁଲ, ତୁଳସୀ, ଭୋଗ, ଦୀପ ନେଇପାରିବେ ନାହିଁ । ଆନନ୍ଦବଜାରରେ ମହାପ୍ରସାଦ ସେବନକୁ ବାରଣ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ମାସରୁ ଶ୍ରୀମନ୍ଦିରରେ ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.