ଟ୍ରକ ଓ ବୋଲେରୋ ମଧ୍ୟରେ ଧକ୍କା, ୩ ଜଣଙ୍କ ମୃତ୍ୟୁ ସୂଚନା

ବାରିପଦା (କେନ୍ୟୁଜ୍‌) : ମୟୁରଭଞ୍ଜ-ବାଙ୍ଗରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଓ ବୋଲେରୋ ମଧ୍ୟରେ ଧକ୍କା ହୋଇଛି। ଟ୍ରକ ତଳେ ଚାପି ହୋଇ  ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ମୃତାହତଙ୍କୁ ଉଦ୍ଧାର କରୁଛି । ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନାହିଁ। ବାଙ୍ଗିରିପୋଷି ପୋଲିସ ପହଚି ଘଟଣାର ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.