ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଗୁପ୍ତ ତଥ୍ୟ ଲିକ୍‌ ଘଟଣା: ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ଟି ଦଫା

କେନ୍ୟୁଜ୍(ବ୍ୟୁରୋ): ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଆବଶ୍ୟକ କାଗଜପତ୍ର ଅଭାବରୁ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ଟି ଦଫା । ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଅଫିସିଆଲ୍‌ ସିକ୍ରେଟ ଆକ୍ଟ ୩, ୪, ୫ ହଟିଲା । ଆବଶ୍ୟକ ଡକ୍ୟୁମେଣ୍ଟ ନଥିବାରୁ ୩ଟି ଦଫା ହଟାଇଲେ ଏଡିଜେ-୩ । ୫ ଜଣଙ୍କ ନାଁରେ ଦଫା ୧୨୦ ବି, ୧୨୧ ଏ ଓ ୩୪ IPCରେ ମାମଲା ହୋଇଥିଲା। ଅଫିସିଆଲ ସିକ୍ରେଟ ଆକ୍ଟ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ । କିନ୍ତୁ ଚାର୍ଜସିଟ୍‌ ଦାଖଲ ବେଳେ ପ୍ରସିକ୍ୟୁସନ ସାଙ୍କସନ ଅର୍ଡର ଦାଖଲ ହୋଇନଥିଲା । ପ୍ରସିକ୍ୟୁସନ ସାଙ୍କସନ ଅର୍ଡର ନଥିବାରୁ ୩ଟି ଦଫା ହଟାଯାଇଛି ।

ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୋଲିସ ଚାନ୍ଦିପୁର ଆଇଟିଆର୍‌ର ଜଣେ କର୍ମଚାରୀ ଓ ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା । ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ ଓ ଉତ୍ତରପ୍ରଦେଶର ସଚିନ କୁମାର । ଏମାନେ ଦୀର୍ଘ ବର୍ଷ ଧରି ଆଇଟିଆର୍‌ରେ କାମ କରୁଥିଲେ । ୨୦୨୧ ସେପ୍ଟେମ୍ବର ୧୪ରେ ଚାନ୍ଦିପୁର ଥାନାରେ ରୁଜୁ ହୋଇଥିଲା ମାମଲା । ପରେ କ୍ରାଇମବ୍ରାଞ୍ଚକୁ ଏହି ମାମଲା ହସ୍ତାନ୍ତର କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.