Below header

MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ମାଆ-ପୁଅ ମୃତ

ବ୍ରହ୍ମପୁର (କେନ୍ୟୁଜ): ସ୍କୁଟିକୁ ଧକ୍କା ଦେଲା କାର, ମାଆ-ପୁଅ ମୃତ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସମ୍ମୁଖରେ ବିଳମ୍ବିତ ରାତିରେ ଏକ ସ୍କୁଟି ଓ କାର ମଧରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ମା ସୀତା ଆମ୍ମା ଓ ପୁଅ ରାମଚନ୍ଦ୍ର ପାତ୍ର । ମୃତକଙ୍କ ଘର ବ୍ରହ୍ମପୁର ଅଙ୍କୁଲି ଅଞ୍ଚଳରେ ।

ଖବର ଅନୁଯାୟୀ ଏହି ମାଆ ପୁଅ ନିଜ ସ୍କୁଟିରେ ଏମକେସିଜି ମେଡିକାଲରୁ ବାହାରୁଥିବା ବେଳେ ଫାଟକ ସମ୍ମଖରେ ହିଁ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ରାସ୍ତାର ଡିଭାଇଡ଼ର ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ ଉଭୟ ମାଆ ପୁଅ ଗୁରୁତର ହେବା ପରେ ସେମାନଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.