ଦିବ୍ଯାଙ୍ଗ ସେକ୍‌ ରହେମାନ୍‌: ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନିଜ ଟ୍ରାଇ ସାଇକେଲରେ ଆରମ୍ଭ କରିଛନ୍ତି ଦିଲ୍ଲୀ ଯାତ୍ରା

ବାରିପଦା(କେନ୍ୟୁଜ୍): ଭିନ୍ନକ୍ଷମ ହେଲେ ବି ସେମାନେ ଆଜି ହୋଇପାରିଛନ୍ତି ସକ୍ଷମ। ନିଜର ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେମାନେ ବି ଅନ୍ଯମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜେ ଆତ୍ମର୍ନିଭରଶୀଳ ହେବା ସହ ଅନ୍ଯମାନଙ୍କୁ କରାଇ ପାରୁଛନ୍ତି ସ୍ବାବଲମ୍ବୀ । ତେବେ ସେହି ଦିବ୍ଯାଙ୍ଗମାନଙ୍କ ପାଇଁ ଆଜି ଜଣେ ଦିବ୍ଯାଙ୍ଗ ଭିଡିଛନ୍ତି ଭଣ୍ଟା। ଆରମ୍ଭ କରିଛନ୍ତି ଦିଲ୍ଲୀ ଯାତ୍ରା ।

ଏହି ଦିବ୍ଯାଙ୍ଗ ବ୍ଯକ୍ତି ଜଣକ ସେକ୍‌ ରହେମାନ୍‌। ଦିବ୍ଯାଙ୍ଗ ଲୋକଙ୍କ ମନରେ ଆତ୍ମବିଶ୍ୱାସ ଜଗାଇବା ପାଇଁ ସେ ନିଜ ଟ୍ରାଇ ସାଇକେଲରେ ଆରମ୍ଭ କରିଛନ୍ତି ଦିଲ୍ଲୀ ଯାତ୍ରା। କଟକରୁ ବାହରି ଦିବ୍ଯାଙ୍ଗ ସେକ୍‌ ରହେମାନ୍‌ ଦିଲ୍ଲୀ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଜାନୁୟାରୀ ୨୬ତାରିଖରୁ କଟକରୁ ବାହାରି ଗତକାଲି ସେ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ପହଁଚିଛନ୍ତି।

tri cycle

ତେବେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ଭେଟିଛନ୍ତି ରହେମାନ୍‌। ବିଭିନ୍ନ ସମୟରେ ବିଭିନ୍ନ ଦାବି ନେଇ ସେ ପୂର୍ବରୁ ଦିଲ୍ଲୀ ଯାତ୍ରା କରିସାରିଛନ୍ତି। ପାଖାପାଖି ୩ ଥର ସେ ଦିବ୍ଯାଙ୍କ ମାନଙ୍କ ସମସ୍ଯା ନେଇ ଦିଲ୍ଲୀ ଯାଇ ନିଜ ଦାବି ଉପସ୍ଥାପନା କରିସାରିଛନ୍ତି ସେକ୍‌ ରହେମାନ୍‌। ତେବେ ବର୍ତ୍ତମାନ ସେ ରେଳ ମନ୍ତ୍ରୀଙ୍କୁ ମଧ୍ୟ ଭେଟି ଓଡ଼ିଶାରେ ରେଳର ବିକାଶ ପାଇଁ ମଧ୍ୟ ଦାବି ଉପସ୍ଥାପନା କରିବେ । ଆଗାମୀ ଏକ ମାସ ମଧ୍ୟରେ ସେ ଦିଲ୍ଲୀରେ ପହଁଛି ନିଜ ଦାବି ଉପସ୍ଥାପନ କରିବାକୁ ସକ୍ଷମ ହେବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ସେ।

ଦିବ୍ଯାଙ୍ଗ ହୋଇ ବି ସେ ଅନ୍ଯ ଦିବ୍ଯାଙ୍ଗ ସାଥୀଙ୍କ ଆତ୍ମବିଶ୍ୱାସ ବଢାଇବାକୁ ଏଭଳି ଏକ ପ୍ରୟାସ ଆରମ୍ଭ କରିଛନ୍ତି। ତାଙ୍କ ଯାତ୍ରାର ପ୍ରକ୍ରୁତ ଲକ୍ଷ୍ଯ ସ୍ଥଳରେ ସେ ପହଁଚି ନିଜ ଦାବି ଉପସ୍ଥାପନ କରିବାକୁ ସକ୍ଷମ ହୁଅନ୍ତୁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.