ଇସ୍ପାତ କାରଖାନାରେ ଅଘଟଣ : ଗରମ ତରଳ ଲୁହାରେ ପୋଡ଼ିଯାଇ ଜଣେ ଶ୍ରମିକ ମୃତ, ୭ ଗୁରୁତର

ଯାଜପୁର ଜିଲ୍ଲା କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଦୁର୍ଘଟଣା l ଗରମ ତରଳ ଲୁହାରେ ପୋଡ଼ିଯାଇ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି।

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଦୁର୍ଘଟଣା । ଗରମ ତରଳ ଲୁହାରେ ପୋଡ଼ିଯାଇ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ମୁତାବକ ଗତକାଲି କ୍ରେନ ଦ୍ଵାରା ହଟ୍ ଲିକ୍ଯୁଇଡ ମେଟାଲ୍ ଶିଫ୍ଟ କଲାବେଳେ ଶ୍ରମିକମାନଙ୍କ ଉପରେ ଗରମ ତରଳ ଲୁହା ପଡିଯାଇଥିଲା। ଏଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ କାରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.