ଡ୍ରୋନ କରିବ ଫୁଡ ଡେଲିଭରୀ

ଜୋମାଟୋ ଏଜେଣ୍ଟ ସୋହନ ରାୟ ଫୁଡ ଡେଲିଭରୀ ପାଇଁ ତିଆରି କଲେ ଖାସ ଡ୍ରୋନ, ପ୍ରଥମ ଦିନରେ କଲେ ପିଜ୍ଜା ଡେଲିଭରୀ , ଦେଖନ୍ତୁ ଭିଡ଼ିଓ..

ଡ୍ରୋନ କରିବ ଫୁଡ଼ ଡେଲିଭରୀ। ଗାଡ଼ିରେ ଯାଇ ଘରକୁ ଘର ବୁଲି ଖାଦ୍ୟ ପହଞ୍ଚାଇବା ସମସ୍ୟାକୁ ଦୂର କରିବ ଏହି ସ୍ମାର୍ଟ ଡ୍ରୋନ। ଗୋଟିଏ କ୍ଳିକରେ ଯିବ ଠିକଣା ପାଖକୁ , ଆଉ ପହଞ୍ଚାଇଦେବ ଆପଣ ଅର୍ଡର କରିଥିବା ଖାଦ୍ୟ। ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଜୋମାଟୋରେ ଖାଦ୍ୟ ଡେଲିଭରୀ କରୁଥିବା ଯୁବକ ଜଣକ ଏହି ଡ୍ରୋନକୁ ତିଆରି କରିଛନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ ଖାଦ୍ୟ ଡେଲିଭରୀ କରିବା ପରେ ଥକି ଯିବାରୁ ମୁଣ୍ଡକୁ ଆସିଲା ଏକ ନିଆରା ଆଇଡିଆ । ଖାଦ୍ୟ ଡେଲିଭରୀ ପାଇଁ ନିଜେ ତିଆରି କଲେ ଡ୍ରୋନ। ସୋହନ ରାୟ ନାମକ ଏହି ଫୁଡ ଡେଲିଭରୀ ଏଜେଣ୍ଟ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି। ସେଥିରେ ସେ ଏହାକୁ କିପରି ଓ କାହିଁକି ତିଆରି କରିଛନ୍ତି ସେ ସମ୍ପର୍କରେ କହିଛନ୍ତି..

ପ୍ରଥମ ଥର ପାଇଁ ଯେତେବେଳେ ସୋହନ କାମରେ ଯାଇଥିଲେ ଆରମ୍ଭ ଦିନରୁ ସେ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିଥିଲେ । ଅନେକ ଟ୍ରାଫିକ ରେ ଫସି ଏକଦମ ବିରକ୍ତ ହୋଇଯାଇଥିଲେ। ଏହାବାଦ ଫୁଡ ଡେଲିଭରୀ ସମୟରେ ଲୋକେସନରେ ଅପେକ୍ଷା କରିବା ଆଦିକୁ ଧ୍ୟାନରେ ରଖି ଏକ ଡ୍ରୋନ ତିଆରି କଲେ। ଯାହା ତାଙ୍କୁ ଲୋକେସନରେ ଯାଇ ଖାଦ୍ୟ ପଠାଇବାରେ ସାହାଯ୍ୟ କରିବ। ଏହାକୁ ତିଆରି କରିବା ପରେ ପ୍ରଥମେ ସେ ଟେଷ୍ଟିଂ କରିଥିଲେ। ଯାହାର ଭିଡ଼ିଓ ମଧ୍ୟ ସେ ପୋଷ୍ଟ କରିଛନ୍ତି। ଏହା ସଫଳ ହେବା ପରେ ସେ ପ୍ରଥମ ଦିନରେ ହିଁ ପିଜ୍ଜା ଡେଲିଭର କରିଥିଲେ।

 

View this post on Instagram

 

A post shared by The Tatva (@thetatvaindia)

ଏହାକୁ ସେ ଡ୍ରୋନ ଡେଲିଭରୀ ନାଁ ଦେଇଛନ୍ତି। ଏହାକୁ ନେଇ ବହୁତ ଆଗରୁ ଶୁଣିବାକୁ ମିଳିଥିଲେ ବି ଭାରତରେ ଏହାର ବ୍ୟବହାର ଦେଖିବାକୁ ମିଳିନଥିଲା। ସୋହନ ଡ୍ରୋନକ ୁ ବହୁତ ଭଲ ଲାଗେ। ତେଣୁ ତାଙ୍କର ଏହି ପସନ୍ଦକୁ ଇଚ୍ଛାର ରୂପ ଦେଇ ତିଆରି କଲେ ଡ୍ରୋନ, ଯେଉଁଥିରେ ସେ ଫୁଡ଼ ଡେଲିଭରୀ କରି ସଫଳତା ପାଇଛନ୍ତି। ଏହାକୁ ନେଇ ଅନେକ ୟୁଜର୍ସ ପ୍ରଂଶସା ମଧ୍ୟ କରିଛନ୍ତି।

ଅନେକ ଯୁଗାଡ଼ ଲଗାଇ ସୋହନ ଏହି ସ୍ମାର୍ଟ ଡ୍ରୋନକୁ ତିଆରି କରିଛନ୍ତି। ଯାହା ତାଙ୍କ କାମକୁ ସହଜ କରିଦେବ।

ସୋହନ ଏହାକୁ ଗତ ୩୧ ଜୁଲାଇରେ ପୋଷ୍ଟ କରିଥିଲେ। ଏହାପରେ ୭୪ ଲକ୍ଷ ରୁ ଅଧିକ ଭିଉଜ ହେବା ସହ ଅନେକ ସୋହନକୁ ପ୍ରଂଶସା କରିଛନ୍ତି। ତାଙ୍କର ଏହି ସ୍ମାର୍ଟ ଆଇଡ଼ିଆ ଅନେକଙ୍କୁ ପସନ୍ଦ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.