୨୪ରୁ ୬୫ ଇଞ୍ଚର ସ୍ମାର୍ଟଟିଭିରେ ମିଳୁଛି ଭାରି ଡିସକାଉଣ୍ଟ, ଶୀଘ୍ର କିଣନ୍ତୁ ନହେଲେ ସରିଯିିବ ଅଫର

୪ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି ସେଲ୍‌ ଏହା ଆସନ୍ତା ୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ ସ୍ମାର୍ଟଟିଭି, ସ୍ମାର୍ଟଫୋନ ସମେତ ଅନେକ ଇଲେକ୍ଟ୍ରୋନିକ ଆଇଟମ ଉପରେ ଭଲ ଡିସକାଉଣ୍ଟ ମିଳିବ । ୬,୨୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଟିଭି ଉପଲବ୍ଧ ହେବ ।

Flipkart Big Saving Days ଏବଂ Amazon Great Freedom Sale ୪ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହି ସେଲ୍‌ ଆସନ୍ତା ୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ ସ୍ମାର୍ଟଟିଭି, ସ୍ମାର୍ଟଫୋନ ସମେତ ଅନେକ ଇଲେକ୍ଟ୍ରୋନିକ ଆଇଟମ ଉପରେ ଭଲ ଡିସକାଉଣ୍ଟ ମିଳିବ । KODAKର ସ୍ମାର୍ଟଟିଭି ଗୁଡ଼ିକ ଅତି କମ ମୂଲ୍ୟରେ ବିକ୍ରି ହେଉଛି । ଏହି ସ୍ୱାଧୀନତା ଦିବସରେ ବ୍ରାଣ୍ଡ ଏହାର ଅଫିସିଆଲ CA PRO, 9XPRO ଏବଂ KODAK Matrix QLED ସିରିଜ ଉପରେ ଭଲ ଡିଲ ପ୍ରଦାନ କରୁଛି । ୬,୨୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଟିଭି ଉପଲବ୍ଧ ହେବ ।

KODAK QLED ଟିଭି ଗୁଡ଼ିକ ତିନୋଟି ସ୍କ୍ରିନ ସାଇଜରେ ଆସିବ ଯେପରିକି ୫୦ ଇଞ୍ଚ, ୫୫ ଇଞ୍ଚ ଏବଂ ୬୫ ଇଞ୍ଚ, ଯାହାର ମୂଲ୍ୟ ୩୨,୯୯୯ ଟଙ୍କାରୁ ଆରମ୍ଭ ହେବ । ଏହା ବ୍ୟତୀତ, ଏହି ଟିଭି ଗୁଡ଼ିକ DTS TruSurround ସାଉଣ୍ଡ, QLED 4K ଡିସପ୍ଲେ ସହିତ ୧.୧ ବିଲିୟନ କଲର୍ସ ସହିତ ଡଲବି ଆଟମୋସ୍, ଡଲବି ଭିଜନ୍, HDR 10+ ସହିତ ୨ ଜିବି ରାମ ଏବଂ ୧୬ ଜିବି ଇଣ୍ଟରନାଲ ଷ୍ଟୋରେଜ ସହିତ ଆସିଥାଏ ।

KODAK 75-ଇଞ୍ଚ 4K QLED ଟିଭି (75MT5044) DTS TruSurround, QLED 4K ଡିସପ୍ଲେ ୧.୧ ବିଲିୟନ କଲର୍ସ ସହିତ ଡଲବି MS12, HDR 10+, ୨GB RAM ଏବଂ ୧୬GB ଇଣ୍ଟରନାଲ ଷ୍ଟୋରେଜ ସହିତ ଆସିଥାଏ । ବେଜେଲ ଲେସ ଏବଂ ଏୟାରସ୍ଲିମ ଡିଜାଇନ ସହିତ ଟେଲିଭିଜନରେ HDR10 +, ଡଲବି ଆଟମୋସ୍, ଡଲବି ଭିଜନ, ଡଲବି ଡିଜିଟାଲ୍ ପ୍ଲସ୍ ଏବଂ ଇନ୍-ବିଲ୍ଟ କ୍ରୋମକାଷ୍ଟ ଏବଂ ଏୟାରପ୍ଲେ ମଧ୍ୟ ଦିଆଯାଇଛି ଯାହାକି 1000+ ଆପ୍ସକୁ ସପୋର୍ଟ କରେ । ଏହି ପ୍ରିମିୟମ ଅଫରର ଆରମ୍ଭ ମୂଲ୍ୟ ୯୭,୯୯୯ ରହିଛି ।

KODAK CA PRO ରେଞ୍ଜ ଭଲ ଫିଚର ସହ ହାଇ କ୍ୱାଲିଟି ଡିସପ୍ଲେର ଅନୁଭବ ଦେଇଥାଏ, ଯାହା ୨୩,୯୯୯ର ଆରମ୍ଭ ମୂଲ୍ୟରେ ଉପଲବ୍ଧ । ଏହା ବ୍ୟତୀତ ୟୁଜର୍ସମାନେ USB 2.0, HDMI 3, ARC / CEC ଏବଂ ବ୍ଲୁଟୁଥ୍ v.5.0 ଭଳି ଅନେକ କନେକ୍ଟିଭିଟି ଅପ୍ସନକୁ ପ୍ରବେଶ କରିପାରିବେ, ଯାହା ଅନ୍ୟ ଡିଭାଇସ ସହିତ ସହଜ କନେକ୍ସନକୁ ସପୋର୍ଟ କରିଥାଏ ।

KODAK 9XPRO ଟିଭି ହେଉଛି ଏକ ପ୍ରିମିୟମ ଟିଭି ସିରିଜ ଯାହା ଡଲବି ଡିଜିଟାଲ ସାଉଣ୍ଡ, 30W ସ୍ପିକର ଆଉଟପୁଟ, ବିଲ୍ଟ-ଇନ୍ ନେଟଫ୍ଲିକ୍ସ, ଗୁଗଲ ଆସିଷ୍ଟାଣ୍ଟ, କ୍ରୋମକାଷ୍ଟ, ବ୍ଲୁଟୁଥ୍ 5.0, ୧ ଜିବି ରାମ୍ ଏବଂ ୮ ଜିବି ରାମ୍ ସହିତ ଆଣ୍ଡ୍ରଏଡ ୧୧ ଦ୍ୱାରା ଚାଳିତ । ସିରିଜର ୩୨-ଇଞ୍ଚ ଭାରିଆଣ୍ଟ HDରେ ଥିବାବେଳେ ଅନ୍ୟ ସମସ୍ତ ମଡେଲଗୁଡିକ ଫୁଲ HDରେ ମିଳୁଛି । ଏହି ସିରିଜର ଆରମ୍ଭ ମୂଲ୍ୟ ୧୦, ୦୦୦ ଟଙ୍କାରେ ମିଳୁଛି ।

ଏହି ସମସ୍ତ ଟିଭିରେ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିବ ବୋଲି ଆଶା କରାଯାଉଛି, ଯାହା ଟିଭିର ମୂଲ୍ୟକୁ ଆହୁରି କମ କରିବ । ଏସବିଆଇ କ୍ରେଡିଟ୍ କାର୍ଡ ଦ୍ୱାରା ଆମାଜନ ଇଣ୍ଡିଆ ସେଲରେ ୧୦% ଡିସକାଉଣ୍ଟ ଏବଂ କୋଟାକ ମହିନ୍ଦ୍ରା କିମ୍ବା ଆଇସିଆଇସିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରି ଫ୍ଲିପକାର୍ଟରୁ ୧୦% ଡିସକାଉଣ୍ଟରେ କିଣାଯାଇ ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.