Below header

କ୍ରିକେଟ୍ ରୁ ଅବସର ନେଲେ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ

ମନୋଜ ତିୱାରୀ । ଯେଉଁ ଖେଳାଳିଙ୍କୁ ପ୍ରାୟ ସଭିଏଁ ଜାଣନ୍ତି । ସେ ହେଉଛନ୍ତି ଜଣେ ପରିଚିତ ପୂର୍ବତନ ଭାରତୀୟ କ୍ରିକେଟର । ତେବେ ବର୍ତ୍ତମାନ ଖବର ଆସିଛି ମନୋଜ ତିୱାରୀ ତାଙ୍କ କ୍ରିକେଟ୍‌ ଜୀବନରୁ ବିଦାୟ ନେଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଅବସର ବିଷୟରେ ଘୋଷଣା କରିବା ସହ କ୍ରିକେଟ୍‌ରୁ ସେ ସବୁ କିଛି ପାଇଥିବା କହିଛନ୍ତି ।

କୋଲକାତା: ମନୋଜ ତିୱାରୀ । ଯେଉଁ ଖେଳାଳିଙ୍କୁ ପ୍ରାୟ ସଭିଏଁ ଜାଣନ୍ତି । ସେ ହେଉଛନ୍ତି ଜଣେ ପରିଚିତ ପୂର୍ବତନ ଭାରତୀୟ କ୍ରିକେଟର । ତେବେ ବର୍ତ୍ତମାନ ଖବର ଆସିଛି ମନୋଜ ତିୱାରୀ ତାଙ୍କ କ୍ରିକେଟ୍‌ ଜୀବନରୁ ବିଦାୟ ନେଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଅବସର ବିଷୟରେ ଘୋଷଣା କରିବା ସହ କ୍ରିକେଟ୍‌ରୁ ସେ ସବୁ କିଛି ପାଇଥିବା କହିଛନ୍ତି । ସେ ଯାହା ବି ସ୍ଵପ୍ନ ଦେଖିଥିଲେ ତାହା ତାଙ୍କୁ କ୍ରିକେଟ୍‌ରୁ ମିଳିଥିବା କଥା ସେୟାର କରିଛନ୍ତି ।

ମନୋଜ ଭାରତ ପାଇଁ ୨୦୦୮ରୁ ୨୦୧୫ ମଧ୍ୟରେ ୧୨ ଦିନିକିଆ ଓ ୩ ୨୦ -୨୦ ମ୍ୟାଚ୍‌ ଖେଳିଛନ୍ତି । ଭାରତ ପାଇଁ ସେ ମାତ୍ର ଗୋଟିଏ ଶତକ ମାରିଥିଲା ବେଳେ ଏହା ୨୦୧୧ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚେନ୍ନାଇରେ ହୋଇଥିବା ମ୍ୟାଚ୍‌ରୁ ଆସିଥିଲା । ତେବେ କ୍ରିକେଟ୍‌ ସହିତ ରାଜନୀତିରେ ମଧ୍ୟ ସେ ସକ୍ରିୟ ଅଛନ୍ତି । ପଶ୍ଚିମବଙ୍ଗରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ସେ ଏବେ କାର୍ଯ୍ୟ କରୁଛନ୍ତି ।

କିଛି ବର୍ଷର ବିରତି ପରେ ପୁଣି ଥରେ ୩୭ ବର୍ଷ ବୟସରେ ୨୦୨୨-୨୩ ଋତୁରେ ସେ ଘରୋଇ କ୍ରିକେଟ୍‌କୁ ଫେରିଥିଲେ । ଚଳିତ ବର୍ଷ ସୌରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି ଫାଇନାଲ୍‌ ତାଙ୍କର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ ବେଙ୍ଗଲକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ୨୦୦୪ରେ ଦୀପ ଦାସଗୁପ୍ତାଙ୍କ ଅଧିନରେ ମନୋଜ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ଅବସର ନେବା ବେଳକୁ ୧୦,୦୦୦ ପ୍ରଥମ ଶ୍ରେଣୀ ରନ୍‌ଠୁ ମାତ୍ର ୯୨ ରନ୍‌ ଦୂରରେ ରହିଯାଇଥିଲେ । ତେବେ ଏହି ଖେଳ ସହିତ ଜଡିତ ଥିବାରୁ ସେ ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.