କରନଙ୍କ ‘କିଲ’ରେ ଆକ୍ସନ କରିବେ ଟେଲି ଅଭିନେତା ଲକ୍ଷ୍ୟ ଲାଲଓ୍ଵାନୀ

ବଲିଉଡ ଫିଲ୍ମ ମେକର କରନ ଜୋହର ତାଙ୍କ ଫିଲ୍ମକୁ ନେଇ ଅଧିକାଂଶ ସମୟ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାରେ ରୁହନ୍ତି। ଏବେ ତାଙ୍କର ଅପକମିଂ ଫିଲ୍ମ ‘କିଲ’ କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତା ଲକ୍ଷ୍ୟ ଲାଲଓ୍ଵାନୀ ଆକ୍ସନ କରୁଥିବାର ନଜର ଆସିବେ।

ବଲିଉଡ ଫିଲ୍ମ ମେକର କରନ ଜୋହର ତାଙ୍କ ଫିଲ୍ମକୁ ନେଇ ଅଧିକାଂଶ ସମୟ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାରେ ରୁହନ୍ତି। ଏବେ ତାଙ୍କର ଅପକମିଂ ଫିଲ୍ମ ‘କିଲ’ କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତା ଲକ୍ଷ୍ୟ ଲାଲଓ୍ଵାନୀ ଆକ୍ସନ କରୁଥିବାର ନଜର ଆସିବେ। ତେବେ ଫିଲ୍ମଟି ରିଲିଜ ହେଲା ପରେ ଜଣାପଡିବ କଣ ଏହାର ଷ୍ଟୋରୀ ।
ଫିଲ୍ମଟି କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଓ ଶିକ୍ଷା ଏଣ୍ଟରଟେନମେଣ୍ଟ ମିଳିତ ଭାବେ ତିଆରି କରାଯାଉଛି ।

ସୂଚନା ମୁତାବକ, ଏହି ଫିଲ୍ମରେ ଲକ୍ଷ୍ୟ ଲାଲାଓ୍ଵାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଲକ୍ଷ୍ୟ ଲାଲାଓ୍ଵାନୀ ଫିଲ୍ମରେ ଜବରଦସ୍ତ ଆକ୍ସନରେ ଫ୍ୟାନ୍ସଙ୍କୁ ଭରପୁର ମନୋରଂଜନ କରିବେ ବୋଲି ଆଶା କରିଛନ୍ତି ନିର୍ଦ୍ଦେଶକ ।

ନିଖିଲ ନାଗେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ନିର୍ମିତ ହୋଇଛି । ଏହି ଫିଲ୍ମରେ ଲକ୍ଷ୍ୟଙ୍କୁ ଏକ ଆକ୍ସନ ହିରୋ ଭାବେ ଇଣ୍ଡଷ୍ଟ୍ରୀରେ ଦେଖିବା ପାଇଁ ମିଳିବାକୁ ଯାଉଛି । ‘କିଲ’ ଜରିଆରେ ନିର୍ଦ୍ଦେଶକ ଦର୍ଶକଙ୍କ ସାମ୍ନାକୁ ଏକ ଜବରଦସ୍ତ ଆକ୍ସନ ଫିଲ୍ମ ଆଣିବା ପାଇଁ ଚାହୁଁଛନ୍ତି । ତେବେ ଏହି ଫିଲ୍ମଟି ଇଣ୍ଡଷ୍ଟ୍ରୀର ଜଣାଶୁଣା ଆକ୍ସନ ଏକ୍ସପଟ ଓହଙ୍କ ନିର୍ଦ୍ଦେଶରେ ସୁଟିଂ କରାଯିବ । ଏହା ପୂର୍ବରୁ ଲକ୍ଷ୍ୟ ସ୍ନୋପିଅର୍‌ , ପରଜୀବୀ, ଏବଂ ଆଭେଞ୍ଜର୍ସ ଓ ଏଜ ଅଫ ଅଲଟ୍ରନ୍‌ ଭଳି ଫିଲ୍ମରେ କାମ କରିଛନ୍ତି । ତେବେ ଏହି ଫିଲ୍ମଟି ଟରୋଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ମହୋତ୍ସବରେ ପ୍ରିମିୟର କରାଯାଇପାରେ ।

ଲକ୍ଷ୍ୟ ଲାଲଓ୍ଵାନୀ ଟିଭି ଦୁନିଆର ଲୋକପ୍ରିୟ ଅଭିନେତା । ଲକ୍ଷ୍ୟ ଟିଭି ସୋ ‘ପୋରସ୍‌’ ନଜର ଆସିଥିଲେ , ଯାହାର ବଜେଟ ୫୦୦ କୋଟି ଟଙ୍କା ଥିଲା । ତେବେ ଲକ୍ଷ୍ୟ ‘ଅଧୁରି କାହାଣୀ ହମାରି’, ‘ପରଦେ ମେ’, ‘ପ୍ୟାର ତୁନେ କ୍ୟା କିଆ ’ ପରି ଟିଭି ସୋ ରେ କାମ କରିଛନ୍ତି ।  ଲକ୍ଷ୍ୟ ‘ଓ୍ଵାରିଅର ହାଇ’ ଟିଭି ସୋ ରୁ ୨୦୧୫ରେ ଟେଲିଭିଜନରେ ଡେବ୍ୟୁ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.