ବୁଲେଟ କି କାର ନୁହେଁ ବସ୍‌ ଚଲାଇ ପୁଣି ଚର୍ଚ୍ଚାରେ ଆସିଲେ କେରଳ ଯୁବତୀ

କେରଳରେ ଜଣେ ଝିଅ ପରିବହନ ନିଗମରେ ବସ୍‌ ଚଲାଉଛନ୍ତି । ସେ ତାଙ୍କ ଇଚ୍ଛା ପୁରା କରିବା ପାଇଁ କଲେଜ ଛୁଟି ଦିନରେ ବସ୍‌ ଚଲାଇଥାନ୍ତି । ଏର୍ନାକୁଲାମ ଆଇନ କଲେଜରେ ପାଠ ପଢିବା ସହ ବସ ମଧ୍ୟ ଚଲାନ୍ତି ମେରି ।

ବର୍ତ୍ତମାନ ଝିଅମାନଙ୍କ ମଧ୍ୟରେ ଗାଡି ଚଲେଇବା ପାଇଁ କ୍ରେଜ ବଢ଼ିଚାଲିଛି । ପ୍ରାୟତଃ ଝିଅମାନେ ରାସ୍ତାରେ ବାଇକ ଓ କାର ଚଲାଉଥିବାର ନଜର ଆସନ୍ତି । ଝିଅମାନେ ଗାଡି ଚଲେଇବାରେ କାହା ଠାରୁ କମ ନୁହନ୍ତି । ଆଜିର ସମୟରେ ଝିଅମାନେ କେବଳ ତାଙ୍କ ସୁବିଧା ପାଇଁ ଗାଡି ଚଲାଉ ନାହାନ୍ତି ବରଂ ଏଥିରେ କ୍ୟାରିଅର ବନେଇବା ପାଇଁ ମଧ୍ୟ ଗାଡ଼ି ଚଲାଉଛନ୍ତି । ତେବେ ପ୍ଲେନ, ଟ୍ରେନ ଓ ରାସ୍ତାରେ ଚାଲୁଥିବା ଅଟୋରିକ୍ସାକୁ ମଧ୍ୟ ଝିଅମାନେ ଚଲାଉଛନ୍ତି । ଗାଡ଼ି ଚଲେଇ ନିଜ ସ୍ୱପ୍ନକୁ ପୂରଣ କରୁଛନ୍ତି ଏହା ସହିତ ପରିବାରର ଭରଣ ପୋଷଣ ମଧ୍ୟ କରିପାରୁଛନ୍ତି ଝିଅ । ସମାନ ଭାବେ କେରଳରେ ଜଣେ ଝିଅ ପରିବହନ ନିଗମରେ ବସ୍‌ ଚଲାଉଛନ୍ତି । ସେ ତାଙ୍କ ଇଚ୍ଛା ପୁରା କରିବା ପାଇଁ କଲେଜ ଛୁଟି ଦିନରେ ବସ୍‌ ଚଲାଇଥାନ୍ତି । ବସ୍‌ ଚଲେଇବା ତାଙ୍କର ବହୁତ ପସନ୍ଦ ।

କେରଳର କୋଚିର ଆଇନ ମହାବିଦ୍ୟାଳୟର ଛାତ୍ରୀ ହେଲେ ମେରି :
କେରଳର କୋଚିରେ ରହୁଥିବା ୨୧ ବର୍ଷିୟ ଆନ୍‌ ମେରି ଏବେ ଚର୍ଚ୍ଚାରେ ଅଛନ୍ତି । ଏର୍ନାକୁଲାମ ଆଇନ କଲେଜରେ ପାଠ ପଢିବା ସହ ବସ ମଧ୍ୟ ଚଲାନ୍ତି ମେରି । ଆନ୍‌ ମେରିଙ୍କୁ ବସ୍‌ ଚଲେଇବା ବହୁତ ହିଁ ପସନ୍ଦ । ମେରି ତାଙ୍କର ଏହି ଇଚ୍ଛା ପୁରା କରିବା ପାଇଁ କଲେଜର ଛୁଟି ଦିନରେ ବସ ଚଲେଇବା ପାଇଁ ଯାଇଥାନ୍ତି । କେରଳର ଏହି ଝିଅ ପ୍ରତ୍ୟେକ ରବିବାର କାକକନାଡା ରୁ ପେରୁମ୍ବାଡାପୁ ରାସ୍ତାରେ ବସ ନେଇ ବାହାରନ୍ତି ଏବଂ ସେହି ରାସ୍ତାରେ ଅଧିକ ଟ୍ରାଫିକ ଥିବା ସହ ଯାତ୍ରୀମାନେ ବି ଅଧିକ ରୁହନ୍ତି । ମେରିଙ୍କୁ ଓଜନ ଥିବା ଗାଡି ଚଲେଇବାକୁ ପସନ୍ଦ ଥାଏ । ସେ କେବଳ ବସ୍‌ ନୁହେଁ ଟ୍ରକ, ଲରି ଭଳି ବଡ଼ ବଡ଼ ଗାଡ଼ି ମଧ୍ୟ ଚଲାନ୍ତି ।

ମେରି ୧୫ ବୟସରୁ ହିଁ ଡ୍ରାଇଭିଙ୍ଗ କରିବା ଆରମ୍ଭ କରିଥିଲେ । ସେ ତାଙ୍କ ବାପାଙ୍କ ବୁଲେଟ ଗାଡ଼ି ଚଲାନ୍ତି । ମେରି ୧୮ ବର୍ଷ ହେବା ପରେ ତାଙ୍କୁ ଡ୍ରାଇଭିଙ୍ଗ ଲାଇସ୍ସ୍ସ ମିଳିଥିଲା ଏହା ପରେ ହିଁ ସେ ବସ୍‌ ଚଲେଇବା ଆରମ୍ଭ କରିଥିଲେ । ମେରି କଲେଜରେ ପଢିବା ପରେ ହିଁ ବସ୍‌ ଚଲେଇବା ଆରମ୍ଭ କଲେ । ସେ ଫ୍ରି ରେ ବସ ଚଲାନ୍ତି ଓ ଯାତ୍ରୀମାନଙ୍କୁ ତାଙ୍କ ଲକ୍ଷ ସ୍ଥଳରେ ଛାଡନ୍ତି । ଯେତେବେଳେ ମେରି ପ୍ରଥମ ଥର ପାଇଁ ବସ୍‌ ଚଲେଇଥିଲେ ସେତେବେଳେ ପ୍ରାୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ହେଲେ ଏବେ ମେରିଙ୍କ ଗାଡ଼ି ଚଲେଇବା ଦେଖି କେହି ଆଶ୍ଚର୍ଯ୍ୟ ହେଉନାହାନ୍ତି । ମେରି ତାଙ୍କ ଇଚ୍ଛା ପୂରଣ କରି ଖୁବ ଖୁସି ଅଛନ୍ତି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.