ସୁବର୍ଣ୍ଣପୁର- ସମ୍ବଲପୁର ରାସ୍ତା ଏସ୍‌. ପତ୍ରାପାଲି ଛକ ନିକଟରେ ବାଇକ୍‌ ସହିତ କାର୍‌ ଦୁର୍ଘଟଣାଗ୍ରସ୍ତ, ୩ମୃତ

କେନ୍ୟୁଜ୍ : ସୁବର୍ଣ୍ଣପୁର- ସମ୍ବଲପୁର ରାସ୍ତା ଏସ୍‌. ପତ୍ରାପାଲି ଛକ ନିକଟରେ ବାଇକ୍‌-କାର୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ କାରକୁ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ବାହାଘର ଭୋଜି ସାରି ବାଇକରେ ଦୁଇ ଯୁବକ ଘରକୁ ଫେରୁଥିବା ବେଳେ ପତ୍ରାପାଲି ଛକ ନିକଟରେ ଏକ କାରକୁ ଧକ୍କା ଦେଇଥିଲେ ।

carଫଳରେ ଘଟଣାସ୍ଥଳରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ କାରରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ବାଇକ୍‌ ଆରୋହୀ ସମ୍ବଲପୁରର ଉତରା ଗାଁର ପବନ ବାଘ ଏବଂ ନରେଶ ବାଘ । ମୃତ ମହିଳା ଜଣକ ହେଉଛନ୍ତି ସୁରୁ ଭୁଏନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.