Below header

RD ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: କମିଶନରେଟ ପୋଲିସ ହାତରେ ଧରାପଡିଲା ଅଭିଯୁକ୍ତ ରାକେଶ ସ୍ବାଇଁ

କେନ୍ୟୁଜ୍(ବ୍ୟୁରୋ): ମୟୁରଭଞ୍ଜର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ରାକେଶ ସ୍ବାଇଁ। ଏୟାର ଫିଲ୍ଡ ଥାନାଧିକାରୀ ରାକେଶକୁ ଅଟକ ରଖିଛନ୍ତି। ଝରାଫୁଲଙ୍କ ବାପାଙ୍କ କହିବାନୁସାରେ ଅଭିଯୁକ୍ତ ରାକେଶ ସ୍ବାଇଁ ଝରାଫୁଲ ସହ ଅଧିକ ମିଳାମିଶା କରୁଥିଲା। ତେଣୁ ତା ଉପରେ ଅଧିକ ସନ୍ଦେହ ଅଧିକ ଘନିଭୂତ ହେଉଛି  ବୋଲି ଝରାଫୁଲଙ୍କ ବାପା କହିଛନ୍ତି ।

accuse

 

ସେପଟେ ଝରାଫୁଲଙ୍କୁ ନେଇ ଯାଉଥିବା ସ୍କୁଟିରେ ପଛପଟେ ବସିଥିବା ଯୁବକ ହିଁ ରାକେଶ ବୋଲି କମିଶନରେଟ ପୋଲିସ କହିଛି। ତେବେ ଏୟାରଫିଲ୍ଡ ଥାନା ଅଭିଯୁକ୍ତ ରାକେଶ ସ୍ବାଇଁକୁ ଅଧିକ ପଚରା କରିବା ପାଇଁ ଯାଜପୁର ପୋଲିସକୁ ହସ୍ତାନ୍ତର କରିବ ବୋଲି ଜଣା ପଡିଛି।

ପାଣି ପାଇପ୍‌ କାମ କରୁଥିବା ରାକେଶ ସ୍ୱାଇଁର ଘର ଭୁବନେଶ୍ୱର ସୁନ୍ଦରପଦାରେ । ଗତକାଲି ଯାଜପୁର ଜିଲ୍ଲା ମୂଳାପାଳ ଛକ ନିକଟ ରାସ୍ତା କଡରୁ ଉଦ୍ଧାର ହୋଇଥିଲା ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ । ଦୁଇଜଣ ଯୁବକ ଏକ ସ୍କୁଟିରେ ମୃତଦେହ ଆଣି ରାସ୍ତା କଡରେ ଫିଙ୍ଗି ଦେଇ ଯିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.